18.1 C
Bhubaneswar
Thursday, February 5, 2026
Homeଓଡିଶାପିକଅପ୍ ଉପରେ ଚଢ଼ିଗଲା ହାଇଓ୍ବା: ୨ ମୃତ

ପିକଅପ୍ ଉପରେ ଚଢ଼ିଗଲା ହାଇଓ୍ବା: ୨ ମୃତ

ବୌଦ୍ଧ: ବୌଦ୍ଧ- କନ୍ଧମାଳ ସୀମାନ୍ତ ଲୁଇସିଂ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ପିକଅପ ଉପରେ ଚଢିଗଲା ହାଇୱା ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପିକଅପରେ ଥିବା ୮ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଣ୍ଟାମାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଏସଏଫ ଯବାନ, ଅଗ୍ନିଶମ କର୍ମଚାରୀ, ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କନ୍ଧମାଳ ଜିଲ୍ଲା ପଟୁ କିଛି ଶ୍ରମିକ ରାସ୍ତା କାମ ସାରି ନିଜ ଘରକୁ ଏକ ପିକଅପ ଯୋଗେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇଓ୍ବା ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଘାଟିରେ ଭାରସାମ୍ୟ ହରାଇ ପିକଅପ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୮ରୁ ଉର୍ଦ୍ଧ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନଥିବା ବେଳେ ଆହତଙ୍କୁ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking