ଖଲ୍ଲିକୋଟ: ଦୀପାବଳୀରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । କଇଠଡା ଗାଁରେ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣେ ଯୁବକଙ୍କ ଗୁରୁତର ଆହତ ହୋଇଥଲେ । ଯୁବକଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ମେଡିକେଲ ନେବା ସମୟରେ ରାସ୍ତାରେ ମୃତ୍ୟୁବରଣ କରିଥିଲେ । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବାଣ ଭିଡୁ ଥିବା ସମୟରେ ବିସ୍ଫୋରଣ ଘଟିଥିଲା । ତେବେ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।









