ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନତେରସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପବିତ୍ର ଅବସରରେ ସମସ୍ତଙ୍କ ସୁଖ, ସୌଭାଗ୍ୟ ଓ ସ୍ୱାସ୍ଥ୍ୟ କାମନା କରୁଛି । ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ କହିଛନ୍ତି ମୋଦୀ । ଅନ୍ୟପଟେ ଧନତେରସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟେ ପରିବାର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରୁ । ଚାଷୀ , ଶ୍ରମିକ, ମହିଳା ଓ ଯୁବପିଢିଙ୍କ ପାଇଁ ସଫଳତାର ନୂଆ ଦ୍ୱାର ଉନ୍ମକ୍ତ ହେଉ ।









