ଦୀପାବଳିର ଆଲୋକ ବାହ୍ୟ ଅନ୍ଧକାରକୁ ଦୂର କରେ,କିନ୍ତୁ ସଦ୍ଗୁରୁ ପରମାତ୍ମା ଶିବ ଆମ ଭିତରେ ଥିବା ଅଜ୍ଞାନକୁ ବିନାଶ କରି ଜ୍ଞାନର ଆଲୋକ ଜଳାଇଥାନ୍ତି।ଏହି ଦୀପାବଳୀ ଆପଣଙ୍କ ଜୀବନରୁ ସମସ୍ତ ଅନ୍ଧକାରକୁ ଦୂର କରି ଆନନ୍ଦ, ଜ୍ଞାନ ଓ ଶାନ୍ତିର ଆଲୋକରେ ଭରିଦିଅନ୍ତୁ।
ମନକଥା ଯଦି ସମସ୍ତେ ବୁଝିଯାଇଥାନ୍ତେ ତାହେଲେ ଦୁଃଖ ନଥାନ୍ତା। ଯେଉଁଜଣ ହୃଦୟକୁ ବୁଝିପାରେ, ସେଇ ଯଣେ ପ୍ରକୃତ ହୃଦୟବାନ
ଜୀବନରେ ଯଦି ନିରନ୍ତର ବିଫଳ ହୁଅ, ପଥ ବଦଳାଅ — ସ୍ବପ୍ନ ନୁହେଁ। ଗଛ ପତ୍ର ବଦଳାଏ, ମୂଳ ନୁହେଁ।ଛନ୍ଦକପଟି ମାନେ ସଦା ମିଠା କଥା କହି ହୃଦୟକୁ ନିକଟରେ ଆଣିଥାନ୍ତି, ପରେ ଦୁଃଖ ଦେଇ ହଜିଯାଆନ୍ତି — ସେମାନେ କେବେ ବି କାହାରି ନୁହଁ।
ମୃତ ଦେହ ପାଖରେ ପ୍ରଶଂସା ଏବଂ ଦୁଃଖ ଦେଇ ପରେ କରାଯାଉଥିବା ଶୋକ — ଏହି ଦୁଇଟିର କୌଣସି ଅର୍ଥ ନଥାଏ।
ସମୟ ଓ ବୁଝିବାର ଶକ୍ତି ସବୁ ବେଳେ ସାଙ୍ଗେ ନଥାଏ। ଯେତେବେଳେ ସମୟ ଥାଏ, ବୁଝିବା ନଥାଏ; ଆଉ ଯେତେବେଳେ ବୁଝିପାରିଥାଏ, ସମୟ ରହେ ନାହିଁ।
ଅହଂକାର ଓ ହିଂସା ଯେତେବେଳେ ମନରେ ଆସେ, ଅମୃତ ବିଷ ଭଳି ଲାଗେ ଓ ସମ୍ପର୍କ ଭାଙ୍ଗିଦେଇଥାଏ।
ଶତ କାମ ଛାଡ଼ି ଭୋଜନ କର, ହଜାର କାମ ଛାଡ଼ି ସ୍ନାନ କର, ଲକ୍ଷ କାମ ଛାଡ଼ି ଜ୍ଞାନ ଦାନ କର,ଆଉ କୋଟି କାମ ଛାଡ଼ି ଭଗବାନଙ୍କ ଶରଣ ନିଅ
“ସତକୁ କେବଳ ସତ ଭାବରେ କହି ଚାଲନ୍ତୁ, ଦେଖିବେ ଅତି ଭଲ ସମ୍ପର୍କ ଭିତରୁ କିପରି ଶତ୍ରୁତା ବାହାରି ଆସିବ !!”
“ଜୀବନରେ ସବୁବେଳେ ଛୋଟ ଛୋଟ ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ, କାହିଁକି ନା ମନୁଷ୍ୟ ପାହାଡ଼ ଠାରୁ ନୁହେଁ, ବରଂ ପଥର ଠାରୁ ହିଁ ଝୁଣ୍ଟିଥାଏ !!”
ଗରିବ ହେଉ ବା ଧନୀ ଅପମାନର ଯନ୍ତ୍ରଣା ଟା ସମସ୍ତଙ୍କୁ ସମାନ ହିଁ ଲାଗିଥାଏ କାହାକୁ କେବେ କଷ୍ଟ ଦିଅନ୍ତୁ ନାହିଁ କି କାହାକୁ କେବେ ଅପମାନିତ କରନ୍ତୁ ନାହିଁ !!”
“ଜୀବନରେ କିଛି ଲୋକ ଏମତି ମିଳି ଯାଆନ୍ତି ଯେଉଁମାନେ ଅଜଣା ହୋଇ ବି ନିଜ ଲୋକଙ୍କ ଠାରୁ ଅଧିକ ସ୍ନେହ ଓ ସଂମ୍ମାନ ଦେଇଥାନ୍ତି ଆଉ କିଛି ନିଜର ହୋଇ ମଧ୍ୟ ଧୋକା ଦେଇଥାନ୍ତି !!”
“ଅହଂକାରକୁ ନିଜ ଭିତରୁ ବାହାର କରି ନିଜକୁ ହାଲୁକା କର | କାରଣ ଉପରକୁ ହାଲୁକା ଜିନିଷ ହିଁ ଉଠିଥାଏ !!”
ଅଦ୍ୟ ଅକ୍ଟୋବର ମାସ ୧୮ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- କୃଷ୍ଣ
ତିଥି- ଦ୍ଵାଦଶୀ ଦିବା ଘ୧୨/୧୧ ଗତେ ତ୍ରୟୋଦଶୀ
ନକ୍ଷତ୍ର- ପୂର୍ବା ଫା ଦିବା ଘ୦୪/୧୮ ଗତେ ଉତ୍ତରରା ଫା
ଚନ୍ଦ୍ର- ସିଂହ ରାତ୍ରି ଘ୧୦/୪୩ ଗତେ କନ୍ୟା
ଯୋଗ- ବ୍ରହ୍ମ
କରଣ – ତୈତିଳ
ସୌରମାସ- ତୁଳା ୦୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୬/୫୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୪୫
*✧═════•❁❀
ଯୋଗିନୀ ନୈରୁତକୋଣେ ଦିବା ଘ୧୧/୧୧ ଗତେ ଦକ୍ଷିଣେ
ବୃଷ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ ୦୫/୧୩ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ ୦୫/୨୦ ମଧ୍ୟେ
ବାରବେଳା- ଦିବା ଘ୦୧/୨୦ ଗତେ ଘ ୦୩/୦୦ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୦ ଗତେ ଘ୦୯/୩୫ ମଧ୍ୟେ ଓ ଘ୧୨/୦୮ଗତେ ଘ୦୧/୧୯ ମଧ୍ୟେ ରାତ୍ରି ଘ୧୨/୩୨ ଗତେ ଘ୦୨/୦୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୦୮ଗତେ ଘ୦୨/୫୫ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ପୋଈ ଦିବା ଘ୧୧/୧୧ ଗତେ ବାଇଗଣ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
✧═════•❁❀❁•═════
ବୃଷ
ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ | ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ | କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ | ବ୍ୟାପାର ଲାଭଦାୟକ ରହିବ | ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ |
✧═════•❁❀❁•═════
ମିଥୁନ
ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ | ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ | କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ | ବ୍ୟାପାର ମଧ୍ୟମ ରହିବ | ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ |
✧═════•❁❀❁•═════✧
କର୍କଟ
ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ | ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ | ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ | ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।
✧═════•❁❀❁•═════
ସିଂହ
ଆଜି ବ୍ୟୟବୃଦ୍ଧି ହେବ | ଚକ୍ଷୁ ପୀଡା ଦେଖାଦେବ | ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ | କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ | ବ୍ୟାପାରରେ କ୍ଷତି ସହିପାରନ୍ତି | ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |
✧═════•❁❀❁•═════
କନ୍ୟା
ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ | ଶୁଭ ସମାଚାର ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ | ବ୍ୟାପାର ଲାଭଦାୟୀ ରହିବ | ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ |
✧═════•❁❀❁•═════*
ତୁଳା
ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ | ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ | ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ | କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି | ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ | ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ |
✧═════•❁❀❁•═════
ବିଛା
ଆଜି ଉପହାର ମିଳିପାରେ | କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ | କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ | କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ | ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ | ପରିବାରରେ ସୁଖରେ ସମୟ କାଟିବେ |
✧═════•❁❀❁•═════
ଧନୁ
ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି | ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ | କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ | ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି | ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ |
✧═════•❁❀❁•═════
ମକର
ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ | ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ | ଅଯଥା ଖର୍ଚ୍ଚ ବଢ଼ିଯିବ | କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ | ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
✧═════•❁❀❁•═════
କୁମ୍ଭ
ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ | କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ | ବ୍ୟାପାରରେ ଦିନଟି ଅଶୁଭ ରହିପାରେ | ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ |
✧═════•❁❀❁•═════
ମୀନ
ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି | ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ | ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ | କାର୍ଯ୍ୟସ୍ଥଳୀରେ ଧିମା କାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ | ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।









