25.1 C
Bhubaneswar
Saturday, February 7, 2026
Homeଓଡିଶାକଂଗ୍ରେସକୁ ମୋହନଙ୍କ କଟାକ୍ଷ

କଂଗ୍ରେସକୁ ମୋହନଙ୍କ କଟାକ୍ଷ

ନୂଆପଡା: ନୂଆପଡାରେ ବିଜେପିର ବଡ ଶକ୍ତି ପ୍ରଦର୍ଶନ । ଜନସଭାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଓ ମନ୍ତ୍ରିପରିଷଦର ଏକାଧିକ ମନ୍ତ୍ରୀ ଉପସ୍ଥିତ ଥିଲେ । ବିଜେପିରେ ସାମିଲ ହୋଇଥିବା ଲମ୍ବୋଧର ନିଆଲ ମଧ୍ୟ ଉପସ୍ଥିତି ଥିଲେ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ମଧ୍ୟ ସଭାମଞ୍ଚରେ ବସିଥିଲେ   ା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ପାଇଁ ସଂକଳ୍ପ ନେଇଛନ୍ତି । ନୂଆପଡାବାସୀଙ୍କ  ଆଶିର୍ବାଦ ମାଗିଲେ ଜୟ ଢୋଲକିଆ । ଏହାରି ଭିତରେ ମଞ୍ଚରେ   ନୂଆପଡା ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହ୍ୱାନ  ରଖି କହିଛନ୍ତି, ଜୟ ଢୋଲକିଆ ବାପାଙ୍କ ସ୍ୱପ୍ନ ଆକାଂକ୍ଷାକୁ ପୁରା କରିବା  ପାଇଁ ଆଗେଇ ଆସିଲେ ସେତେବେଳ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୨୪ରେ କଂଗ୍ରେସର ଲୋକମାନଙ୍କୁ ନୂଆପଡା ବାସୀ ପ୍ରତ୍ୟାଖ୍ୟାନ କରିଥିଲେ । ଆଜି କଂଗ୍ରେସ ନୂଆପଡାବାସୀଙ୍କୁ ଭୋଟ ମାଗୁଛନ୍ତି  ା କିନ୍ତୁ ନୂଆପଡାବାସୀ ଭୋଟ ମାଧ୍ୟମରେ ହିଁ ଏହାର ଜବାବ ଦେବେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି,  ଅପରେସନ ସିନ୍ଦୂରର ବିଜୟ ଯେତେବେଳେ ହେଲା ସାରା ଭାରତ ବାସୀ ଖୁସି ମନାଉଥିଲେ ହେଲେ କଂଗ୍ରେସର ନେତାମାନେ ଦୁଃଖରେ ଭାଙ୍ଗି ପଡିଥିଲେ ।କଂଗ୍ରେସ ମହଲରେ ସେତେବେଳେ ଶୋକକର ଛାୟା ଖେଳିଯାଇଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ନାଁରେ ସେମାନେ ଦେଶକୁ ବିରୋଧ କରିବା ପାଇଁ ମଧ୍ୟ ପଛେଇନଥିଲେ । ୫୦ ବର୍ଷ ଶାସନ ଭିତରେ କଂଗ୍ରେସ  ନୂଆପଡାର ବିକାଶକୁ  ପଛକୁ ପଠାଇଦେଇଛନ୍ତି ।  ଆଉ ଯେଉଁମାନେ ମହିଳା ଶସକ୍ତିକରଣ କଥା କହୁଛନ୍ତି, ମହିଳା ହିଂସା କଥା କହୁଛନ୍ତି , ଆଜି ସେମାନେ ବିଧାନସଭା  ଚଳାଇ ଦେଉନଥିଲେ । ବିଭିନ୍ନ ନାରାବାଜି କରି ଗୃହ ଅଚଳ କରିଦେଉଥିଲେ । ପଶ୍ଚିମବଙ୍ଗରେ ଘଟିଥିବା ଗଣ ଦୁଷ୍କର୍ମ ଘଟଣାରେ ମମତା ସରକାରଙ୍କ ବିରୋଧରେ ପ୍ରତିବାଦ ନକରି ଚୁପ ରହିଛି କଂଗ୍ରେସ । ଏଥିରୁ ଜଣାପଡୁଛି ସେମାନଙ୍କର କିଭଳି ମହିଳାଙ୍କ ପାଇଁ ଦରଦ ରହିଛି । କଂଗ୍ରେସ ଯେପରି ମିଛ କଥା କହି ଠକିଛି ଆଉ ସେ ଦିନ ନାହିଁ ।ଏଭଳି କିଛି ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ  କଂଗ୍ରେସକୁ କଟାକ୍ଷ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking