35.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶବସ୍‌ରେ ଲାଗିଲା ନିଆଁ: ଜଳିଗଲେ ୧୦ରୁ ଅଧିକ ଯାତ୍ରୀ

ବସ୍‌ରେ ଲାଗିଲା ନିଆଁ: ଜଳିଗଲେ ୧୦ରୁ ଅଧିକ ଯାତ୍ରୀ

ରାଜସ୍ଥାନ: ମଙ୍ଗଳବାର ରାଜସ୍ଥାନର ଜୈସଲମେରରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯାଇଥିବା ନେଇ ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଦଶରୁ ବାର ଜଣ ଲୋକ ଜଳିଯାଇଥିବା ଜଣାପଡିଛି। ଜୈସଲମେରରୁ ଯୋଧପୁର ଯାଉଥିବା ବସ୍‌ଟି ୫୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଜୈସଲମେର ଛାଡିବାର କିଛି ବାଟ ପରେ ହଠାତ୍ ବସ୍‌ର ପଛ ପାର୍ଶ୍ୱରେ ନିଆଁ ଲାଗିଗଲା। କିଛି ମୁହୂର୍ତ୍ତ ମଧ୍ୟରେ ସମ୍ପୂର୍ଣ୍ଣ ବସ୍‌ଟି ନିଆଁରେ ପୋଡ଼ିଗଲା। ରିପୋର୍ଟ ଅନୁଯାୟୀ, ଆଗ ପାର୍ଶ୍ୱରେ ବସିଥିବା ଯାତ୍ରୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ, କିନ୍ତୁ ପଛ ପାର୍ଶ୍ୱରେ ଥିବା ଯାତ୍ରୀମାନେ ଜଳି ଯାଇଥିଲେ। ବସ୍‌ଟି ନିଆଁ ଲାଗିଯିବାରୁ ବ୍ୟାପକ ଆତଙ୍କ ଖେଳିଗଲା। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଉଛି। ଖବର ପାଇ ଅଗ୍ନିଶମବହିନୀ ଘଟଣା ସ୍ଥଳରେ ପହଂଚିନିରେ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେଏହି ସମୟରେ ଅଗ୍ନିକାଣ୍ଡରେ ବହୁତ କ୍ଷତି ହେବାର ଆଶଙ୍କା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking