24.1 C
Bhubaneswar
Sunday, December 7, 2025
Homeଓଡିଶାଜନ୍ମ ହେବା ପରେ ଶିଶୁମାନେ କାହିଁକି କାନ୍ଦନ୍ତି ଜାଣନ୍ତୁ..

ଜନ୍ମ ହେବା ପରେ ଶିଶୁମାନେ କାହିଁକି କାନ୍ଦନ୍ତି ଜାଣନ୍ତୁ..

ଭୁବନେଶ୍ୱର: ଯେତେବେଳେ ଶିଶୁ ଜନ୍ମ ହୁଅନ୍ତି,  ସେମାନେ ଜୋରରେ କାନ୍ଦିବା ଆରମ୍ଭ କରନ୍ତି । ଜନ୍ମ ହେବା ମାତ୍ରେ ପିଲାଟି କାନ୍ଦିବା  ପଛରେ ଅନେକ କାରଣ ରହିଥାଏ । ପ୍ରଥମ କାରଣ  ହେଉଛି  ଯେତେବେଳେ ଏକ ଶିଶୁ  ଜନ୍ମ ହୁଏ,  ମାତୃ ଗର୍ଭରୁ  ବାହାରିବା ପରେ ସେ  ଏକ ଭିନ୍ନ  ପରିବେଶ ପାଏ,  ଯାହା ଯୋଗୁଁ ସେ କାନ୍ଦେ ।  ପିଲାଟି କାନ୍ଦିବା ସମୟରେ ପ୍ରଥମ ଗଭୀର ନିଶ୍ୱାସ ମଧ୍ୟ ନିଏ । ଜନ୍ମ ପରେ  ପ୍ରଥମ କାନ୍ଦିବା ଏକ ନୂତନ ଶ୍ୱାସକ୍ରିୟା ପ୍ରକ୍ରିୟାର ଆରମ୍ଭକୁ ଚିହ୍ନିତ କରେ । ମାତୃଗର୍ଭରେ ଥିବା ଶିଶୁ ନାଭିକେନ୍ଦ୍ର ମାଧ୍ୟମରେ ମାଠାରୁ ଅମ୍ଳଜାନ ଗ୍ରହଣ କରେ । କିନ୍ତୁ ଯେତେବେଳେ ଶିଶୁ ଗର୍ଭରୁ ବାହାରି ଆସେ ଏହି ପ୍ରକ୍ରିୟା ଶେଷ ହୁଏ । ନିଶ୍ୱାସ ନେବା ପାଇଁ ଏକ ନୂତନ ପ୍ରକ୍ରିୟା ଆରମ୍ଭ ହୁଏ । ତେଣୁ ଶିଶୁଟି କାନ୍ଦେ । ଶିଶୁର ପ୍ରଥମ କାନ୍ଦିବା ମଧ୍ୟ ଏକ ସଙ୍କେତ ଯେ ଶିଶୁଟି ସୁସ୍ଥ ଅଛି । ତାର ଅଙ୍ଗଗୁଡିକ ଠିକ ଭାବେ କାର୍ଯ୍ୟ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking