24.1 C
Bhubaneswar
Thursday, March 12, 2026
Homeଓଡିଶାକଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଆମପାଣି ବୁଢ଼ାରଜାଙ୍କ ଦଶହରା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଆମପାଣି ବୁଢ଼ାରଜାଙ୍କ ଦଶହରା ଅନୁଷ୍ଠିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତରଗତ ଆମପାଣି ପ୍ରଭୁ ବୁଢାରଜାଙ୍କ ଦଶହରା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଦେବ ଦେବତାଙ୍କ ପୀଠ ମଧ୍ୟରେ ଆମପାଣିରେ ଥିବା ପ୍ରଭୁବୁଢାରଜାଙ୍କ ମନ୍ଦିର ଅନ୍ୟତମ। ପ୍ରଭୁ ବୁଢାରଜାଙ୍କ ମନ୍ଦିର ଆମପାଣି ଘାଟି ମୁଣ୍ଡରେ ଅବସ୍ଥିତ ରହିଛି। ଇତିହାସରେ ବୁଢାରଜା ବୌଦ୍ଧରାଜ ବା ବିଷ୍ଣୁଙ୍କ ବୁଦ୍ଧଅବତାର ବୋଲି କୁହାଯାଏ। ବୁଢାରଜା ଧବଳଅସ୍ଵରେ ବାରହାତର ଖଣ୍ଡାଧରି ସୁବର୍ଣ୍ଣ ମୁକୁଟପିନ୍ଧି ସର୍ବଦା ଭକ୍ତଙ୍କର ଦୁଃଖ ବିନାଶରେ ତପ୍ତର ହୋଇଥାନ୍ତି। ଲୋକେ ତାଙ୍କୁ ଅତ୍ୟନ୍ତଭକ୍ତି ବିଶ୍ୱାସର ସହ ପୂଜା କରିଥାନ୍ତି। ଘାଟି ମଧ୍ୟରୁ ଆମପାଣି ଘାଟି ଅନ୍ୟତମ। ଏହିଘାଟି ବିପଦ ଜନକ ଥିବାରୁ ଲୋକେ ତାଙ୍କରି ପୂଜା କରି ଆଗକୁ ବଢିଥାନ୍ତି। ଏହି ବୁଢାରଜାଙ୍କ ପାଇଁ କଳାହାଣ୍ଡି ଗର୍ବିତ। ବୁଢ଼ାରଜା ମନ୍ଦିର ଭିତରେ ପଥରରେ ନିର୍ମିତ ମହାପ୍ରଭୁ ବୁଢାରଜାଙ୍କ ଏକ ବିରାଟ ମୂର୍ତ୍ତି ରହିଛି। ଏହି ଦେବତାଙ୍କ ବାମ ହସ୍ତରେ ଗୋଟାଏ ତୀରଧରି ଧଳା ଘୋଡା ରେଚଡି ଯୋଦ୍ଧାର ପରିଚୟ ଦେଇ ବହନ କରୁଥିବା ବେଳେ ଦକ୍ଷିଣ ହସ୍ତ ପ୍ରସାରି ଅଞ୍ଚଳ ବାସିକୁ ଆଶିଷ ବର୍ଷା କରିଥାନ୍ତି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking