ଭୁବନେଶ୍ୱର: ବିଜେପିର ମିଶ୍ରଣ ପର୍ବରେ ଜୟ ଡୋଲକିଆଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । ପିତା ରାଜୁ ଢୋଲକିଆଙ୍କ ଅଧୁରା ସ୍ୱପ୍ନକୁ ପୁଅ ଜୟ ପୂରଣ କରିବେ । ପୂର୍ବ ସରକାରରେ ରାଜୁ ଢୋଲକିଆ ଅସହାୟ ମନେ କରୁଥିଲେ । ଚାରିଚାରିଥର ବିଧାୟକ ଓ ମନ୍ତ୍ରୀ ଥିଲେ ବି ଅସହାୟ ମନେ କରୁଥିଲେ । ୩ଟି ଟର୍ମରେ ମୁଁ ତାଙ୍କ ସହ ବିଧାନସଭାରେ ଏକାଠି କାମ କରିଥିଲି । ରାଜୁ ଢୋଲକିଆଙ୍କର ରାଜନୈତିକ ପ୍ରତିଦ୍ୱନ୍ଦନ୍ଦ୍ୱୀ ଥିଲେ । କେହି ଶତ୍ରୁ ନଥିଲେ । ଆଜି ତାଙ୍କ ପୁଅ ଜୟ ଢୋଲକିଆ ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇଛନ୍ତି । ସବୁ ନେତୃବୃନ୍ଦଙ୍କ ସହମତିରେ ଜୟଙ୍କୁ ବିଜେପିରେ ସାମିଲ କରାଯାଇଛି । ସୂଚନାଥାଉକି, ଆଜି ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରି ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ ।










