16.1 C
Bhubaneswar
Saturday, December 6, 2025
Homeଓଡିଶାଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ ନିଲମ୍ବିତ

ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ ନିଲମ୍ବିତ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନା ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରାଯାଇଛି ।   ସୂଚନା ଅନୁସାରେ ଧୁଷୁରୀ ଅଞ୍ଚଳର ପିୟୁଷ ରଞ୍ଜନ ପଣ୍ଡାଙ୍କୁ ଏକ ଘଟଣାର ତଦନ୍ତ ପାଇଁ  ରସିକାବାଦ ଗାଁକୁ ପଠାଇଥିଲେ  ଏସଆଇ କାର୍ତ୍ତିକ ଜେନା । ଯୁବକ ଜଣଙ୍କ ପୋଲିସ ବାଇକ ନେଇ  ରସିକାବାଦ ଗାଁକୁ ତଦନ୍ତ ପାଇଁ ଯାଇଥିଲା । ଗାଁ ଲୋକେ ଯୁବକକୁ ସନ୍ଦେହ କରି ଅଟକ ରଖିବା ପରେ ଘଟଣାଟି ସାମ୍ନାକୁ ଆସିଲା ।  ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।  ଏହି ଘଟଣାରେ  ଗ୍ରାମାଞ୍ଚଳ  ଥାନା  ଏସଆଇ କାର୍ତ୍ତିକ ଜେନାଙ୍କୁ  ନିଲମ୍ବ କରିଛନ୍ତି  ଭଦ୍ରକ ଏସପି ମନୋଜ ରାଉତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking