19.1 C
Bhubaneswar
Friday, December 5, 2025
Homeଓଡିଶାପ୍ରବଳ ବର୍ଷା: ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରବଳ ବର୍ଷା: ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ବର୍ଷା ସହ ବଜ୍ରପାତ ନେଇ ସତର୍କ  କରାଇଲା ପାଣିପାଗ ବିଭାଗ ।  ଗତକାଲିଠୁ  ସକ୍ରିୟ ଘୁର୍ଣ୍ଣିବଳୟ  ପ୍ରଭାବରେ   ବର୍ଷା ହେଉଥିବା ବେଳେ  ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ।  ଆଜି  ବଙ୍ଗୋପସାଗର ଅଞ୍ଚଳରେ  ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷା ନେଇ ଓଡିଶାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ଆସନ୍ତା ୨୪ ଘଣ୍ଟା ଭିତରେ  ଗଞ୍ଜାମ , ଗଜପତି, ମାଲକାନଗିରି, କନ୍ଧମାଳ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଓ ମୟୁରଭଞ୍ଜର କିଛି କିଛି ଅଂଚଳରେ  ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ । ସେହିପରି ବାଲେଶ୍ୱର, ଯାଜପୁର, କଟକ, ପୁରୀ ଖୋର୍ଦ୍ଧା ଓ ନୟାଗଡ ସମେତ କିଛି ଅଂଚଳରେ  ଝଡବର୍ଷା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking