19.1 C
Bhubaneswar
Thursday, February 12, 2026
Homeଓଡିଶାଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ଉତ୍କଳ ସମ୍ମିଳନୀ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନ ୮ଟା ସମୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକସ୍ଥିତ ଉକ୍ତ ବିଶିଷ୍ଟ ବରପୁତ୍ରଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ ସହ ତାଙ୍କର ଅମ୍ଳାନ ସ୍ମୃତି ଗାନ କରି ଏକ ସାଧାରଣ ଶ୍ରଦ୍ଧାଞ୍ଜଳି ସଭା ସମ୍ମିଳନୀର ଉପସଭାପତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ଓଡ଼ିଆ ଜାତିକୁ ସଚେତନ କରି ଜାତିର ଅଭିବୃଦ୍ଧି ସମେତ ସମଗ୍ର ଦେଶ ଏବଂ ବିଶ୍ୱ ମଙ୍ଗଳକାରୀ ଚେତନା ଉଦ୍ରେକ କରିବା ସହ ସେ ଜନସେବା ଓ ଶିକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ଯାହାର ପ୍ରମାଣ ତତ୍‌କାଳୀନ ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ଏବଂ ବକୁଳ ବନବିଦ୍ୟାଳୟ ସ୍ଥାପନରୁ ଜଣାପଡେ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ମିଳନୀର ସାଧାରଣ ସମ୍ପାଦକ ଡ଼ାକ୍ତର ରାଧାନାଥ ପ୍ରହରାଜ ପରିଚାଳନା କରିବାବେଳେ ଏଥିରେ ଉପସଭାପତି ପ୍ରଫେସର ସୁରେନ୍ଦ୍ର ମହାନ୍ତି, ଡ. ଶ୍ରୀକାନ୍ତ ମିଶ୍ର, ସଂପାଦକ ଲକ୍ଷ୍ମୀଧର ଦାଶ, ଇଂ. ବିରଂଚି ନାରାୟଣ ଦାସ, କୋଷାଧ୍ୟକ୍ଷ ତ୍ରିନାଥ ସାମନ୍ତରାୟ, ଇଂ ସତ୍ୟଜିତ୍ ନାୟକ, ଇଂ. ଜିତେନ୍ଦ୍ର କୁମାର ପାଢୀ,ଭରତ କୁମାର ଜେନା, ଯୁଗଳ କିଶୋର ନାୟକ, ସବ୍ୟସାଚୀ ସାମନ୍ତରାୟ, ଦୀନବନ୍ଧୁ ଷଡଙ୍ଗୀ, ସୁଶ୍ରୀ ରାଜମିତ୍ରା ପ୍ରହରାଜ, ଶ୍ରୀମତୀ ଆରତି ମିଶ୍ର, ଶିରିଷ ପାତ୍ର, ସଂଗୀତା ମାଝି ପ୍ରଭୃତି ଗିରିଜା ଶଙ୍କର ମହାପାତ୍ର ଉପସ୍ଥିତ ଥିଲାବେଳେ ଶ୍ରୀମତୀ ପ୍ରୀତି ପ୍ରତିଭା ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking