20.1 C
Bhubaneswar
Monday, February 9, 2026
Homeଓଡିଶାକଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର: ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ। ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ୩୮ଜଣ ପୁରୁଷ ଏବଂ ୩୭ଜଣ ମହିଳା ସର୍ବମୋଟ ୭୫ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ସର୍ବାଧିକ କ୍ରୀଡ଼ାବିତ୍‌ (୧୪୭ ଜଣ) ହରିୟାଣା ରାଜ୍ୟରୁ ଅଂଶଗ୍ରହଣ କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି।

କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ଯେ, “ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଅନୁଷ୍ଠିତ ହେବାକୁ ଯାଉଛି। ଏଥିସହ ଅକ୍ଟୋବର ୧୧ ତାରିଖ ଠାରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୨୮ତମ ଏସୀୟ ଟେବୁଲ ଟେନିସ ଟିମ୍ସ ଚାମ୍ପିୟନସିପ୍ ଅନୁଷ୍ଠିତ ହେବାକୁ ଯାଉଛି। ଏକ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। କ୍ରୀଡ଼ାବିତମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟାମରେ ସଫଳତା ଅର୍ଜନ କରିବେ ବୋଲି ମୁଁ ଆଶା କରୁଛି।”

“ଓଡ଼ିଶାରେ କଳିଙ୍ଗ ଷ୍ଟାଡ଼ିୟମରେ ବିଗତ ଅଗଷ୍ଟ ମାସରେ ସଫଳତାର ସହ ୱାର୍ଲଡ଼ କଣ୍ଟିନେଣ୍ଟାଲ ଟୁର୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ ମାଧ୍ୟମରେ ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ ମଧ୍ୟ ସଫଳତାର ସହ ହେବ”, ବୋଲି ଭାରତୀୟ ଆଥଲେଟିକ୍ସ ମହାସଙ୍ଗ ପକ୍ଷରୁ ଶ୍ରୀ ଆଦିଲ୍ ସୁମାରିୱାଲା ମତପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking