ଭୁବନେଶ୍ୱର: ‘ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ । ପୋଲିସ୍ ଏସ୍ଆଇ ନିଯୁକ୍ତି ଘୋଟାଲା ଲିଙ୍କରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ଭୁବନେଶ୍ୱର ସିଆରପି ଛକରେ ଥିବା ସେଣ୍ଟର ରେଡ୍ କରିଛି କ୍ରାଇମବ୍ରାଞ୍ଚ । ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗରେ ଛାନଭିନ୍ ଚାଲିଛି । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ନେଇ ମିଳିଛି ସୂଚନା । ବିଜୟନଗର ଯାଉଥିବା ପରୀକ୍ଷାର୍ଥୀଙ୍କ ଭିତରେ କିଛି ‘ବଣିକ’ର ଥିଲେ । ‘ବଣିକ’ ର ୫ ବର୍ଷର ରେକର୍ଡ ଖୋଜୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ରେଡ୍ ବେଳେ ଏନେଇ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା କହିଛନ୍ତି ଯେ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ ‘ବଣିକ’ର ପରୀକ୍ଷାର୍ଥୀ ରହିଛନ୍ତି । ‘ବଣିକ’ କିଛି ପରୀକ୍ଷାର୍ଥୀଙ୍କୁ ପଠାଇଥିବା ସୂଚନା ମିଳିଛି । କେତେ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପଠାଇଥିଲା ଆଗକୁ ସ୍ପଷ୍ଟ ହେବ ।










