ଭୁବନେଶ୍ୱର: ମମତା ବାନାର୍ଜୀଙ୍କ କଟକ ସମ୍ପର୍କିତ ମନ୍ତବ୍ୟକୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କାଉଣ୍ଟର । ମମତା କୁହାଳିଆ, କେତେବେଳେ କଣ କୁହନ୍ତି ନିଜେ ଜାଣନ୍ତି ନାହିଁ । ସେ ନିଜେ ପଶ୍ଚିମବଙ୍ଗରେ ଦଙ୍ଗା ତିଆରି କରୁଛନ୍ତି । ଆମ ସରକାର ଅନୀତି, ବେନିୟମକୁ କେବେବି ପ୍ରଶ୍ରୟ ଦିଅନ୍ତି ନାହିଁ । ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ଯିଏ ଦୋଷୀ ସେମାନଙ୍କୁ ଛଡା ଯିବ ନାହିଁ । କଟକରେ ବିଜେପି ହିଂସା କରାଇଛି ବୋଲି କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।










