ଭୁବନେଶ୍ୱର: ପ୍ରକାଶ ପାଇଲା ନୂଆପଡା ବିଧାନସଭାର ଚୂଡାନ୍ତ ଭୋଟର ତାଲିକା । ସବୁ ରାଜନୈତିକ ଦଳ ଉପସ୍ଥିତିରେ ତାଲିକା ପ୍ରକାଶ କଲେ ଜିଲ୍ଲାପାଳ । ନୂଆପଡାରେ ମୋଟ ଭୋଟର ୨ ଲକ୍ଷ ୫୩ ହଜାର ୬୨୪ ଜଣ । ପୁରୁଷ-୧ ଲକ୍ଷ ୨୪ ହଜାର ୧୦୮, ମହିଳା – ୧ ଲକ୍ଷ ୨୯ ହଜାର ୪୯୫ । ବରିଷ୍ଠ ନାଗରିକ- ୧୭୮୬, ଯୁବ ଭୋଟର- ୯୪୨୯, ଭିନ୍ନକ୍ଷମ- ୩୯୮୮ ରହିଛନ୍ତି । ସୂଚନାଥାଉକି, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ନଭେମ୍ବର ୧୪ ତାରିଖରେ ଭୋଟଗଣତି । ନୂଆପଡା ପାଇଁ ୧୩ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୪ ତାରିଖ ପ୍ରାର୍ଥୀପ୍ରତ୍ୟାହାରର ଶେଷ ତାରିଖ । ସୂଚନାଥାଉକି, ନୂଆପଡା ବିଧାୟର୍ରାଜେନ୍ଦ୍ର ଢୋଲକିଆଙ୍କ ପରୋଲୋକ ପରେ ଆସନ ଖାଲି ରହିଛି । ଉପନିର୍ବାଚନ ନେଇ କେଉଁ ଦଳ ବାଜିମାତ ମାରିବ ତାକୁ ଦେଖିବା ପାଇଁ ସମସ୍ତଙ୍କ ଆଶା ରହିଛି ।










