30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିବା ଘଟଣା: ନିଲମ୍ବିତ ହେଲେ ଆଇନଜୀବୀ

ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିବା ଘଟଣା: ନିଲମ୍ବିତ ହେଲେ ଆଇନଜୀବୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସିଜେଆଇ ଗଭାଇଙ୍କ ଉପରକୁ ଜୋତା ଫିଙ୍ଗିଥିବା ଓକିଲଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିା ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (ଏସସିବିଏ) ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣଙ୍କ କୋର୍ଟରେ ଅଶୋଭନୀୟ ଆଚରଣ ପାଇଁ ଆଇନଜୀବୀ ରାକେଶ କିଶୋରଙ୍କ ସଦସ୍ୟତାକୁ ନିଲମ୍ବିତ କରିଛି। କିଶୋର ୨୦୧୧ ମସିହାରୁ ଏସସିବିଏର ଅସ୍ଥାୟୀ ସଦସ୍ୟ ଥିଲେ ପୂର୍ବରୁ ଭାରତୀୟ ବାର୍ ପରିଷଦ କିଶୋରଙ୍କୁ ଆଇନ ଅଭ୍ୟାାସରୁ ନିଲମ୍ବିତ କରିଥିଲେ।

ସୂଚନାଯୋଗ୍ୟ ଯେ ଅକ୍ଟୋବର ୬ ତାରିଖରେ, ସିଜେଆଇ ବି.ଆର. ଗଭାଇଙ୍କ କୋର୍ଟରେ, ରାକେଶ କିଶୋର ହଠାତ୍ ବେଞ୍ଚ ପାଖକୁ ଆସି, ତାଙ୍କ ଜୋତା କାଢି ବେଞ୍ଚ ଉପରକୁ ଫିଙ୍ଗିବାକୁ ଚେଷ୍ଟା କଲେ, କିନ୍ତୁ ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରିନେଇଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ କୋର୍ଟ ବାହାରକୁ ନେଇଯିବା ସମୟରେ, ରାକେଶ କିଶୋର ଚିତ୍କାର କରି କହିଲେ, “ଭାରତ ସନାତନ ଧର୍ମର ଅପମାନକୁ ସହ୍ୟ କରିବ ନାହିଁ।” ଘଟଣା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା

ରାକେଶ କିଶୋର ଏହି ଘଟଣା ଉପରେ କହିଛନ୍ତି ଯେ ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ୭ ଫୁଟ ଉଚ୍ଚ ଭଙ୍ଗା ପ୍ରତିମାକୁ ପୁନରୁଦ୍ଧାର କରିବା ଦାବି ଉପରେ ସିଜେଆଇ ଗଭାଇଙ୍କ ମନ୍ତବ୍ୟ ତାଙ୍କୁ କ୍ରୋଧିତ କରିଥିଲା। ସିଜେଆଇ ଗଭାଇ ପ୍ରତିମାକୁ ପୁନରୁଦ୍ଧାର କରିବା ପାଇଁ ଦାବି କରୁଥିବା ଆବେଦନକାରୀଙ୍କୁ କହିଥିଲେ ଯେ ଯଦି ସେ ଭଗବାନ ବିଷ୍ଣୁଙ୍କ ଏତେ ମହାନ ଭକ୍ତ, ତେବେ ତାଙ୍କୁ କିଛି କରିବାକୁ କହିବା ଉଚିତ। ସିଜେଆଇ ଆବେଦନର ଶୁଣାଣି କରିବାକୁ ମନା କରିଦେଇ କହିଥିଲେ ଯେ ଏହା ଏଏସ୍ଆଇର ଅଧିକାର କ୍ଷେତ୍ର ମଧ୍ୟରେ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking