ପୁରୀ: ଆରମ୍ଭ ହୋଇଯାଇଛି କାର୍ତ୍ତିକ ମାସ । ଧାର୍ମିକ ମାସରେ ଧର୍ମ ଅର୍ଜନ କରିବାକୁ ଶ୍ରୀକ୍ଷେତ୍ରରେ ଜମୁଛି ହବିଷିଆଳୀଙ୍କ ଭିଡ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରିବା ପରେ ତୁଳସୀ ଚଉଁରା ମୁଳେ ରାଇ ଦାମୋଦରଙ୍କୁ ପୂଜା କରିଛନ୍ତି ବ୍ରତଧାରୀ । ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି ହବିଷିଆଳୀ ମା । ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି । ଆନନ୍ଦର ସହିତ ରାଇ, ଦାମୋଦର ବେଶରେ ଗୀତ ଗାଇ ନାଚି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ ।










