25.1 C
Bhubaneswar
Tuesday, February 3, 2026
Homeଓଡିଶାରିଆମାଳ ବନାଞ୍ଚଳରେ ଦନ୍ତା ହାତୀର ମୃତଦେହ ଠାବ

ରିଆମାଳ ବନାଞ୍ଚଳରେ ଦନ୍ତା ହାତୀର ମୃତଦେହ ଠାବ

ଦେବଗଡ: ଦେବଗଡ ଜିଲ୍ଲା ରିଆମାଳ ବନାଞ୍ଚଳ ରେଙ୍ଗଲବେଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସି ତଇଲା ଗାଁ ରାସ୍ତା କଡରେ ଏକ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି । ହାତୀଟିର ଗତକାଲି ରାତ୍ରିରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ରାସ୍ତାକଡରେ ମୃତ ହାତୀ ଦେଖିବା ପରେ  ଗ୍ରାମବାସୀ ରିଆମାଳ ବନ ବିଭାଗକୁ  ସୂଚନା ଦେଇଥିଲେ । ଖବର ପାଇ  ଘଟଣାସ୍ଥଳକୁ ବନ ବିଭାଗର ରେଞ୍ଜର ନିରଞ୍ଜନ ଧରୁଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ  ସତ୍ୟତା ଜଣା ପଡିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ କିଛି ଦିନ ହେଲା ଉକ୍ତ  ଦନ୍ତା ହାତୀଟି ସେହି ଅଞ୍ଚଳରେ ଉପଦ୍ରବ କରୁଥିଲା ।  ୨ ଦିନ  ତଳେ ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking