28.1 C
Bhubaneswar
Thursday, February 5, 2026
Homeଓଡିଶାଲିଙ୍ଗରାଜ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଲିଙ୍ଗରାଜ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସ ଅବସରରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ  ରାଇଦାମୋଦର ବେଶରେ ଦର୍ଶନ ପାଇଁ  ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି।  ପୁରା ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି।  ସକାଳ ଧୂପ ମଙ୍ଗଳ ଆଳତୀ ପରେ ଦିନ ଦଶଟା ପରେ ପରେ  ସାହାଣ ମେଳା ଦର୍ଶନ ଆରମ୍ଭ ହୋଇଛି । ହବିଷ୍ୟାଳିମାନଙ୍କ ପାଇଁ  ମଧ୍ୟ ସ୍ୱତନ୍ତ୍ର  ଅବଢା ପ୍ରସ୍ତୁତି କରାଯାଉଛି। ଚଳିତ ବର୍ଷ ସମସ୍ତ ପ୍ରକାର ସୁବିଧା କରାଯାଇଛି। ଶ୍ରଦ୍ଧାଳୁଙ୍କ ସମେତ ବ୍ରତଧାରୀମାନେ ଧାଡି ବ୍ୟବସ୍ଥାରେ ଦର୍ଶନ କରୁଛନ୍ତି। ବରିଷ୍ଠ ନାଗରିକ ଓ  ବୟସ୍କ ଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିଛି କହିଛନ୍ତି ମନ୍ଦିର କର୍ତ୍ତୃପକ୍ଷ ଓ ସେବାୟତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking