ରାୟଗଡା: ପ୍ରତିବର୍ଷ ଭଳି ଚଳିତ ବର୍ଷ ରାୟଗଡ ଜିଲ୍ଲାର ଜେକେ କାଗଜ କଳ ତରଫରୁ ଶାରଦୀୟ ଦୁର୍ଗାପୂଜା ଜେକେ କାଗଜ କଳର ପୂଜା ପଡିଆ ଠାରେ ମହାଆଡମ୍ବର ସହ ପାଳନ କରାଯାଇଛି l ଚଳିତ ବର୍ଷ ପୂଜା ମଣ୍ଡପକୁ କେଦାରନାଥ ମନ୍ଦିର ଆକୃତିରେ କରାଯାଇଛି ଯାହାକି ଜନସାଧାରଣଙ୍କ ମଧ୍ୟରେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି l ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପସଭାପତି ତଥା ପୂଜା କମିଟିର ଅଧ୍ୟକ୍ଷକ ଶ୍ରୀ ବିନୟ ଦ୍ବିବେଦୀଙ୍କ ନେତୃତ୍ୱରେ ମାଙ୍କ ପୂଜାକାର୍ଯ୍ୟ ସୁରୁଖୁରୁରେ ଆଗେଇଚାଲିଛି l ଚଳିତ ବର୍ଷ ଷଷ୍ଠୀ ଠାରୁ ପୂଜାଅର୍ଚ୍ଚନା ଆରମ୍ଭ କରାଯାଇଛି l ପୂଜା ପେଣ୍ଡାଲ ଓ ମା ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲାର ଦୂରଦୂରାନ୍ତରୁ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଛି l ବିଜୟା ଦଶମୀ ଦିନ ଲଘୁଚାପ ଜନିତ ଭୀଷଣ ବର୍ଷା ସତ୍ୱେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପୂଜା କମିଟିର ଅଧ୍ୟକ୍ଷ ଶ୍ରୀ ବିନୟ ଦ୍ବିବେଦୀ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ l ରାବଣ ପୋଡି ଦେଖିବାପାଇଁ ସେଠାରେ ପ୍ରବଳ ଜନ ସମାଗମ ହୋଇଥିଲା l ଚଳିତ ବର୍ଷ ୨୮ ତାରିଖ ଠାରୁ ୦୭ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ପୂଜା ପେଣ୍ଡାଲ ନିକଟରେ ଥିବା ମଞ୍ଚରେ ସ୍ଥାନୀୟ କଳାକାର ଓ ବାହାରୁ ଆସିଥିବା ଅତିଥି କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ଉତ୍ସାହ ଓ ଭିଡ଼ ଦେଖିବାକୁ ମିଳିଥିଲା l ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ହୋଇଥିବା ଭିଡକୁ ନିୟନ୍ତ୍ରଣ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା l ଏହି ଅବସରରେ ଜେକେ କାଗଜ କଳର ଉପସଭାପତି ଶ୍ରୀ ବିଶ୍ୱଜିତ ଦ୍ବିବେଦୀ, ପୂଜକମିଟିର ସମ୍ପାଦକ ଶ୍ରୀ ସନ୍ଦୀପ ପାଣ୍ଡେ, ସହ ସମ୍ପାଦକ ଶ୍ରୀ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ପୂଜା କମିଟିର ଅନ୍ୟ ସଦସ୍ୟ ମାନେ ୧୦ ଦିନ ଧରି କରାଯାଇଥିବା ପୂଜା ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l










