30.1 C
Bhubaneswar
Thursday, February 5, 2026
Homeଓଡିଶାକେନ୍ଦୁଝର ଚମ୍ପୁଆ ରେଞ୍ଜ ବସାସାହିରେ ହାତୀ ଆତଙ୍କ

କେନ୍ଦୁଝର ଚମ୍ପୁଆ ରେଞ୍ଜ ବସାସାହିରେ ହାତୀ ଆତଙ୍କ

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜ ବସାସାହିରେ ହାତୀ ଆତଙ୍କ। ୨୯ଟିକିଆ ହାତୀପଲ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଯାଇଛନ୍ତି ହାତୀପଲ । ଗତ ସପ୍ତାହରେ ମୟୂରଭଞ୍ଜର କରଞ୍ଜିଆ ରେଞ୍ଜରୁ ଆସିଥିବା ୨୯ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜରେ ବ୍ୟାପକ ଉପଦ୍ରବ ଜାରି ରଖିଛନ୍ତି । ଚମ୍ପୁଆ ରେଞ୍ଜର ରଜିଆ ପତଳା, ସରେଇ, ଟୁଣୁଟୁଣା, କାଟୁଳିକନା, ଭଣ୍ଡା ଓ ମଙ୍ଗଳପୁରରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଏହାପରେ ଗତରାତି ସରେଇ ଗାଁଦେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ପହଞ୍ଚି ବସାସାହିରେ ରଞ୍ଜନ ମୁଣ୍ଡାଙ୍କ ଘର ଭାଙ୍ଗିଦେଇ ଘର ଭିତରୁ ଧାନ ଚାଉଳ ଖାଇ ଯାଇଛନ୍ତି। ହାତୀପଲ, ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ କରି ଗାଁ ବିଲକୁ ନଷ୍ଟ କରିଛନ୍ତି। ବନ ବିଭାଗ ଘଟଣାସ୍ଥଳରେ ଥିଲେ ସୁଦ୍ଧା ହାତୀ ପଲଙ୍କୁ ନିୟନ୍ତ୍ରଣ କରିପାରୁ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking