18.1 C
Bhubaneswar
Saturday, December 6, 2025
Homeଓଡିଶାକଟକରେ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ: ୬ ଆହତ

କଟକରେ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ: ୬ ଆହତ

କଟକ: କଟକରେ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ । ଦୁଇଟି ପୃଥକ ପୃଥକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ହୋଇଛି ଓ ଏଥିରେ ୬ ଜଣ ଆହତ ହୋଇଛନ୍ତି । ଝାଞ୍ଜିରିମଙ୍ଗଳା ପୂଜା କମିଟିର ଭସାଣ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀ ପରସ୍ପର ଉପରେ ଢେଲା ପଥର ଓ କାଚ ବୋତଲ ମାଡ଼ କରିଛନ୍ତି । ସେପଟେ ରାଉସପାଟଣା ଭସାଣ ଶୋଭାଯାତ୍ରା ବେଳେ ମଧ୍ୟ ଗଣ୍ଡଗୋଳ ହୋଇଛି । ହାତୀ ପୋଖରୀ ଦେଇ ଶୋଭାଯାତ୍ରା ଯିବା ସମୟରେ ଆକ୍ରମଣ ଓ ଭଙ୍ଗାରୁଜା ହୋଇଛି । ଦୁଇଟି ପୃଥକ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking