21.1 C
Bhubaneswar
Wednesday, February 4, 2026
Homeଓଡିଶାଘରୁ ଡ଼ାକିନେଇ ନାବାଳକକୁ ହତ୍ୟା!

ଘରୁ ଡ଼ାକିନେଇ ନାବାଳକକୁ ହତ୍ୟା!

ଢେଙ୍କାନାଳ: ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ମାତ୍ର ୧ କି.ମି ଦୁର ଗଣ୍ଡତୈଲା ସାହି ନିକଟ କାଜୁ ବାରିରୁ ଜଣେ ୧୫ ବର୍ଷର ନାବାଳକଙ୍କ ମୃତଦେହ ପୋଲିସ ଶୁକ୍ରବାର ଜବତ କରିଛି ।ମିଳିଥିବା ସୂଚନା ମୁତାବକ ଗଣ୍ଡତୈଲା ସାହିର ଦିନବନ୍ଧୁ ଖଟୁଆଙ୍କ ବଡ଼ ପୁଅ ଚନ୍ଦନ ଖଟୁଆଙ୍କ ମୃତଦେହ ଗଣ୍ଡତୈଲା ସାହିକୁ ଯିବା ରାସ୍ତା   କାଜୁ ଗଛରେ ଏକ ଗାମୁଛାରେ ଝୁଲୁଥିବା ଦୀନବନ୍ଧୁଙ୍କ ସାନଭାଇ କାର୍ତ୍ତିକ ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଗଛରୁ ଗାମୁଛା ଖୋଲି ଚନ୍ଦନଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତିକିବେଳକୁ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା।ଘଟଣା ସମ୍ପର୍କରେ ମୃତକଙ୍କ ବାପା ପୂର୍ବ ଶତ୍ରୁତାକୁ ନେଇ ସାହିର ରଞ୍ଜନ ଖଟୁଆ ଏବଂ ତାର ଶଳା ଘରକୁ ଆସି ପୁଅ ଚନ୍ଦନକୁ ସାଥିରେ ଡାକି ନେଇଥିଲେ। ପରେ ତାକୁ ମାରି ଗଛରେ ଝୁଲାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ଥାନା ଏସ୍‌ଆଇ ଅଜୟ ସାମଲ ପହଞ୍ଚି ମୃତ ଦେହ ଜବତ କରିଥିଳେ। ଏଥିସହ ପଞ୍ଚୁ ବେହେରାଙ୍କ ଚପଳ ଘଟଣାସ୍ଥଳରୁ ପୋଲିସ ଜବତ କରିଛି । ପୋଲିସ ରଞ୍ଜନ ଏବଂ ପଞ୍ଚୁଙ୍କ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking