କଟକ: କଟକରେ ପ୍ରବଳ ବର୍ଷା । ଫଳରେ କଲେଜ ଛକ ଲାଇଟ ଗେଟ ଭାଙ୍ଗିଯାଇଛି । ପ୍ରବଳ ବର୍ଷାରେ ଭିଶୁଡି ପଡିଲା । ହେଲେ କାହାର କିଛି କ୍ଷତି ହୋଇନାହିଁ । ଆଖପାଖ ଅଞ୍ଚଳରେ ବିଦ୍ୟୁତ କାଟି ରାସ୍ତା ସଫା ପାଇଁ ଉଦ୍ୟମ କରାଯାଇଛି । ଫିକା ପଡ଼ିବ ଦଶହରା । ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ୩ ତାରିଖ ସକାଳ ସମୟରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।










