23.1 C
Bhubaneswar
Monday, February 2, 2026
Homeଓଡିଶା୨ ବାଇକ ମୁହାଁମୁହିଁ: ୩ ମୃତ

୨ ବାଇକ ମୁହାଁମୁହିଁ: ୩ ମୃତ

ଓଡ଼ଗାଁ:  ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଘଟି ୩ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଦୁଇ ବାଇକ୍ ୧୦ ଫୁଟ ଉପରକୁ ଉଠି ତଳେ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ମୃତକଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲେ ମଧ୍ୟ ଡ଼ାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।ସୂଚନା ଅନୁଯାୟୀ, ଆଜି ଦିନ ସାଢ଼େ ୧୨ଟା ସମୟରେ ଓଡ଼ଗାଁରୁ ଏକ ଟିଭିଏସ୍‌ ରାଇଡ଼ର ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ବିପରିତ ଦିଗରୁ ନୟାଗଡ଼ ଅଭିମୁଖେ ଆସୁଥିବା ଏକ ବୁଲେଟ ମଧ୍ୟରେ ଓଡ଼ଗାଁ ପଟ୍ଟନାୟକ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିଲା। ଦୁଇଗାଡ଼ି ଦ୍ରୃତ ଗତିରେ ଯାଉଥିବାରୁ ଉଭୟଙ୍କ ମଧ୍ୟରେ ଧକ୍କା ହୋଇ ଗାଡ଼ି ଦୁଇଟି ୧୦ ଫୁଟ ଉପରକୁ ଉଠି ଯାଇଥିଲା।ସେହିପରି ଟିଭିଏସ ରାଇଡ଼ର ଗାଡ଼ିଟି ଗଞ୍ଜାମ ଜିଲ୍ଲା କରସିଙ୍ଗ ଗ୍ରାମର ସିଲୁ ନାୟକ (୨୫) ଏବଂ ବାଇକ୍ ପଛରେ ବସିଥିବା କେନ୍ଦ୍ରାପଡ଼ା ଜିଲ୍ଲା ବଗଡ଼ା ଗ୍ରାମର ସନ୍ତୋଷ ରାଉତ (୩୫) ବୋଲି ପୁଲିସ ଜାଣିବାକୁ ପାଇଛି। ସନ୍ତୋଷ ନିଜ ମାମୁ ଘର କରସିଙ୍ଗରୁ ଓଡ଼ଗାଁ ଆସି ମାଂସ ଧରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏନେଇ ଓଡ଼ଗାଁ ଥାନାରେ ଏକ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ କରାଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking