26.1 C
Bhubaneswar
Monday, May 11, 2026
Homeଓଡିଶାଦୁର୍ଗାପୂଜାରେ ଅସମ୍ଭାଳ ଭିଡ: ଶହେ ମିଟର ଗାଡ଼ି ଗଡ଼ିବାକୁ ଲାଗୁଛି ଘଣ୍ଟାଏ ସମୟ

ଦୁର୍ଗାପୂଜାରେ ଅସମ୍ଭାଳ ଭିଡ: ଶହେ ମିଟର ଗାଡ଼ି ଗଡ଼ିବାକୁ ଲାଗୁଛି ଘଣ୍ଟାଏ ସମୟ

ଭୁବନେଶ୍ୱର: ଅସମ୍ଭାଳ ହୋଇପଡ଼ିଲାଣି ଟ୍ରାଫିକ ଜାମ୍‌ । ଶହେ ମିଟର ଗାଡ଼ି ଗଡ଼ିବାକୁ ଲାଗୁଛି ଘଂଟାଏ ସମୟ। ଗତକାଲି ଭାରତ -ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ସତ୍ତ୍ବେ ରାସ୍ତାରେ ପ୍ରବଳ ଭିଡ଼ ହୋଇଥିଲା । ଟ୍ରାଫିକ୍ ଜାମରେ ଫସି ଲୋକେ ହନ୍ତସନ୍ତ ହୋଇଥିଲେ। ଆଜି ସପ୍ତମୀରେ ଦିନରେ ଭିଡ଼ ଦେଖିବାକୁ ମିଳିଛି। ରାସ୍ତାରେ ଲାଗିଛି ଗାଡ଼ିର ଧାଡ଼ି। ଥରେ ଜାମ୍‌ରେ ଫସିଲେ କଥା ସରିଲା। ଛୋଟରୁ ବଡ଼ ଗାଡ଼ି ସବୁ ଫସିକି ରହିଛି। ଗାଡ଼ି ଗଡ଼ିବା ୟା ଭିତରେ କଷ୍ଟକର ହୋଇପଡ଼ିଛି । ଘଣ୍ଟା ଘଣ୍ଟା ଧରି ଜାମ୍ ଲାଗିଛି । ଅନ୍ୟପଟେ କିଏ ରାସ୍ତା ଉପରେ ଗାଡ଼ି ରଖି ପଳାଉଛି ତ ପୁଣି କିଏ ମଣ୍ଡପ ସାମ୍ନାରେ ଗାଡ଼ି ରଖି ପୂଜା ଦେଖୁଛି। ଯାହାଫଳରେ ବଢ଼ୁଛି ଟ୍ରାଫିକ ସମସ୍ୟା ।  ସେପଟେ ରାଜଧାନୀର ୧୯୩ ମଣ୍ଡପ ପାଇଁ ୬୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ, ୨୪ ପେଣ୍ଡାଲରେ ସୁନା, ରୁପା ଗହଣା ମେଢ଼ର ସୁରକ୍ଷା ପାଇଁ ବନ୍ଧୁକ ଧାରୀ ପୁଲିସ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking