15.1 C
Bhubaneswar
Wednesday, December 10, 2025
Homeଓଡିଶାଡବଲ ଇଞ୍ଜିନରେ ଓଡିଶା ଦୌଡୁଛି: ମୋଦୀ

ଡବଲ ଇଞ୍ଜିନରେ ଓଡିଶା ଦୌଡୁଛି: ମୋଦୀ

 ଝାରସୁଗୁଡା: ଝାରସୁଗୁଡା  ସମାବେଶରେ ପ୍ରଧାନମନ୍ତ୍ରୀ  ସମ୍ବୋଧନ କରିଛନ୍ତି  ା ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ । ଅଭିଭାଷଣରେ କହିଛନ୍ତି, ଦେଢ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଲେ । ବିକଶିତ ଓଡିଶାର ସ୍ୱପ୍ନ ନେବାକୁ ଶପଥ ନେଲେ । ଫଳରେ ଆଜି ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି । ଆଜିଠୁ ସାରା ଦେଶରେ ଆଇଆଇଟି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ବ୍ରହ୍ମପୁର- ସୁରତ ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହୋଇଛି । ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି । ପଶ୍ଚିମବଙ୍ଗ ପରେ ଗୁଜୁରାଟ ରେ ସର୍ବାଧିକ ଓଡିଆ ରହନ୍ତି ।  ଆମ ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଆଜି ଓଡିଶାରେ ୫୦ ହଜାର କୋଟି ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛିା ଓଡିସା ଲୋକଙ୍କ ସାମର୍ଥ୍ୟ ସହ ମୁଁ ପୂରା ସହମତ ।  ବିଗତ ଦଶନ୍ଧିରେ ଗରିବୀ ସହ ଲଢିଛନ୍ତି , ଏବେ ବିକାଶ ଦେଖିବେ । ଓଡିଶା ଆଗାମୀ ଦିନରେ ୨ ସେମିକଣ୍ଡକ୍ଟର ୟୁନିଟ ହେବାକୁ ଯାଉଛି । ଏହି ସେମିକଣ୍ଡକ୍ଟରରୁ ବାହାରୁଥିବା ଚିପ୍ସ ସବୁ କାର୍ଯ୍ୟରେ ଲାଗିବ । ଏହି ଛୋଟିଆ ଚିପ୍ସ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ । ଚିପ୍ସ ଟାରୁ ଆରମ୍ଭ କରି ସିପ ପଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ । ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking