16.1 C
Bhubaneswar
Sunday, December 7, 2025
Homeଓଡିଶାଜଗନ୍ନାଥ ଚେତନା ଉପରେ ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀର ଆଲୋଚନାଚକ୍ର

ଜଗନ୍ନାଥ ଚେତନା ଉପରେ ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀର ଆଲୋଚନାଚକ୍ର

ଭୁବନେଶ୍ୱର: ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପରିସରରେ ଗୁରୁବାର ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ତତ୍ତ୍ଵର ବିଭିନ୍ନ ଦିଗ ଉପରେ ବିଶିଷ୍ଟ ବ୍ୟକ୍ତିମାନେ ଆଲୋକପାତ କରିଥିଲେ । ଆଧ୍ୟାତ୍ମିକତା, ବିଶେଷକରି ଜଗନ୍ନାଥ ଚେତନା ପ୍ରତି ଭବିଷ୍ୟତ ପିଢ଼ିକୁ ଆକୃଷ୍ଟ କରିବା ଏବଂ ଓଡ଼ିଆ ଡାଟାସେଟ ପ୍ରସ୍ତୁତ କରି ଇଣ୍ଟର୍‍ନେଟ୍‍ରେ ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ଏହି ଅବସରରେ ଜଗନ୍ନାଥ ତତ୍ତ୍ଵର କ୍ରମବିକାଶ, ନବକଳେବର, ତିନି ଠାକୁରଙ୍କ ବେଶ, ଛପନ ଭୋଗ ଓ ଶ୍ରୀ ମହାପ୍ରସାଦ, ଜଗନ୍ନାଥ ତତ୍ତ୍ଵରେ ଆୟୁର୍ବେଦ, ରଥ ନିର୍ମାଣ ଓ ପ୍ରତିଷ୍ଠା ପଦ୍ଧତି, ରଥଯାତ୍ରା ଓ ବିଭିନ୍ନ ପର୍ବପର୍ବାଣୀ, ଶ୍ରୀମନ୍ଦିରର ଇତିହାସ, ମନ୍ଦିରର କଳା ଓ ଭାସ୍କର୍ଯ୍ୟ, ଠାକୁରମାନଙ୍କର ଦୈନିକ ଓ ସ୍ଵତନ୍ତ୍ର ନୀତିକାନ୍ତି, ସେବା ଓ ସେବକ ପରମ୍ପରା, ବିବିଧ ମତବାଦ ଓ ଶ୍ରୀ ଜଗନ୍ନାଥ, ଶ୍ରୀକ୍ଷେତ୍ର ମାହାତ୍ମ୍ୟ, ମହାପ୍ରଭୁମାନଙ୍କର ଗୋପ୍ୟଲୀଳା କ୍ଷେତ୍ର, ବିଶ୍ଵବ୍ୟାପୀ ଶ୍ରୀ ଜଗନ୍ନାଥ, ଓଡ଼ିଆ ସାହିତ୍ୟ ଓ ଶ୍ରୀ ଶ୍ରୀ ଜଗନ୍ନାଥ, ସଂସ୍କୃତ ସାହିତ୍ୟ ଓ ଶ୍ରୀ ଜଗନ୍ନାଥ, ମଠ ସଂସ୍କୃତି ଓ ଜଗନ୍ନାଥ, ନୃତ୍ୟ-ସଙ୍ଗୀତ ପରମ୍ପରାରେ ଶ୍ରୀ ଜଗନ୍ନାଥ, କଳା ଓ ଶିଳ୍ପରେ ଶ୍ରୀ ଜଗନ୍ନାଥ, ଜଗନ୍ନାଥ ଜଣାଣ ଓ ଭଜନ, ଶ୍ରୀ ଜଗନ୍ନାଥ ଭକ୍ତ ଚରିତ ଇତ୍ୟାଦି ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନାରେ ସର୍ବଶ୍ରୀ ପ୍ରଫେସର ଗୋପାଳକୃଷ୍ଣ ଦାଶ, ଜୟନ୍ତ କୁମାର ଶତପଥୀ, ରମାକାନ୍ତ ମିଶ୍ର, ଡା. କୃଷ୍ଣକେଶବ ଷଡ଼ଙ୍ଗୀ, ହରିହର ତ୍ରିପାଠୀ, ପ୍ରଫେସର ବୈଦ୍ୟ ଡ. ଗୋପାଳ ନନ୍ଦ ଏବଂ ପ୍ରଫେସର ସୁବାସ ଚନ୍ଦ୍ର ଦାଶ ଆଲୋଚନାରେ ଅଂଶଗ୍ରହଣ କରି ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ୍‍ କୁମାର ଦେବ ଉପସ୍ଥିତ ଅତିଥି-ଆଲୋଚକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ଓଡ଼ିଆ ଭର୍ଚୁଆଲ ଏକାଡେମୀର ସମ୍ପାଦକ ତଥା ଓକାକ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଦୀପ କୁମାର ରାଉତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ତାଙ୍କର ବହୁମୂଲ୍ୟ ସମୟ ଓ ମୂଲ୍ୟବାନ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking