16.1 C
Bhubaneswar
Sunday, December 7, 2025
Homeଓଡିଶାବସକୁ ଧକ୍କା ଦେଲା ଟ୍ରକ: ୬ ମୃତ

ବସକୁ ଧକ୍କା ଦେଲା ଟ୍ରକ: ୬ ମୃତ

ସୁନ୍ଦରଗଡ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଗରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କେ. ବଲାଙ୍ଗ ଏନଏଚ ୫୨୦ରେ ଘଟିଛି । ରାଉରକେଲାରୁ ଆସୁଥିବା ବେଳେ ଯାତ୍ରୀବାହୀ ବସକୁ ଟ୍ରକ ଧକ୍କା ଦେଇଛି । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଜାଗାରେ ଚାପା ଉତ୍ତେଜନା ଦେଖାଦେଇଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।  ପୋଲିସ ଲୋକମାନଙ୍କୁ ବୁଝାସୁଝା କରି ଆୟତ୍ତ କରିଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ଏନେଇ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking