ଭୁବନେଶ୍ୱର: ବିଧାୟକ ରଣେନ୍ଦ୍ର ପ୍ରତାପଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଟାର୍ଗେଟ କରିଛନ୍ତି । ଶୀତଳ ଭଣ୍ଡାର ନିର୍ମାଣ ପ୍ରସଙ୍ଗରେ ପାଜାଙ୍କୁ ତେର୍ଚ୍ଛା ବାଣ ମାରିଲେ କେଭି । କହିଲେ, ରଣେନ୍ଦ୍ର ନିଜେ କୃଷି ମନ୍ତ୍ରୀ ଥିବା ବେଳେ ତ ଶୀତଳ ଭଣ୍ଡାର କଲେ ନାହିଁ । ବିଜେପି ସରକାର କରିବାକୁ ଚେଷ୍ଟା କଲା ବେଳେ ପ୍ରଶ୍ନ କରୁଛନ୍ତି । ବିଜେପି ୨ ଲକ୍ଷ ମେଟ୍ରିକ ଟନରୁ ଅଧିକ ସାର ଚାଷୀଙ୍କୁ ଯୋଗାଇ ଦେଇଛି । ସାର ପାଇଁ କୃତ୍ରିମ ଆନ୍ଦୋଳନ ସୃଷ୍ଟି କରାଯାଇଛି । ସାର ଆନ୍ଦୋଳନ ସ୍ଥାନକୁ କେତେ ବିଧାୟକ ଯାଇ ସମୀକ୍ଷା କରିଛନ୍ତି ପ୍ରଶ୍ନ କଲେ ଉପମୁଖ୍ୟମନ୍ତ୍ରୀ । ସବୁ ସବଡିଭିଜନରେ ଶୀତଳ ଭଣ୍ଡାର କରିବୁ କହିଲେ କେଭି ସିଂ ଦେଓ ।










