19.1 C
Bhubaneswar
Saturday, February 7, 2026
Homeଓଡିଶାଛାତ୍ରୀ ନିର୍ଯାତନା ଘଟଣା: ଫେରାର୍ ଅଧ୍ୟକ୍ଷ କୋର୍ଟରେ ଆତ୍ମସମର୍ପଣ

ଛାତ୍ରୀ ନିର୍ଯାତନା ଘଟଣା: ଫେରାର୍ ଅଧ୍ୟକ୍ଷ କୋର୍ଟରେ ଆତ୍ମସମର୍ପଣ

ଜଗତ୍‌ସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବର୍ତିସ୍ଥିତ ସ୍ୱାମୀ ଅରୁପାନନ୍ଦ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଘଟଣାରେ ନିଲମ୍ବିତ ମୁଖ୍ୟ ଅଭିଯୁକ୍ତ ଗଣିତ ଅଧ୍ୟାପକ ସାସ୍ୱତ ମହାନ୍ତି ଓ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଦ୍ୱୟ ଫେରାର ହେବା ପରେ ମଙ୍ଗଳବାର ନିଲମ୍ବିତ ଅଧ୍ୟକ୍ଷ ଶ୍ରୀ ସାହୁ ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। କୋର୍ଟରେ ତାଙ୍କର ବେଲ ଆବେଦନ ନାମଞ୍ଜୁର ହେବା ନେଇ ତାଙ୍କୁ ଜେଲ୍ ପଠାଇ ଦିଆ ଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗଣିତ ଅଧ୍ୟାପକ ଶ୍ରୀ ମହାନ୍ତି ଫେରାର ଥିବା ଜଣାଯାଇଛି। ପ୍ରକାଶ, ଗତ ୧୫ଜାନୁଆରୀ ୨୦୨୫ରେ ଉକ୍ତ କଲେଜର ଜଣେ +୨ ନାବାଳିକା ଛାତ୍ରୀ, ସେହି କଲେଜର ଗଣିତ ଅଧ୍ୟାପକ ସାସ୍ୱତ ମହାନ୍ତି ଦ୍ୱାରା ଯୌନ ନିର୍ଯାତିତ ଶିକାର ହୋଇଥିବା ରଘୁନାଥପୁର ଥାନାରେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ କଲେଜର ଅଧ୍ୟକ୍ଷ ଶ୍ରୀ ସାହୁ ଘଟଣାକୁ ଚପାଇ ରଖିବା ପରେ ଏପ୍ରିଲ-୨୦୨୫ରେ କଲେଜର ୩ଜଣ ଅଧ୍ୟାପକଙ୍କୁ ନେଇ ଏକ ବିଚାରକ କମିଟି ଗଠନ କରିଥିଲେ। କମିଟିରେ ଅଧ୍ୟକ୍ଷଙ୍କ ସହିତ ୩ଜଣ ଅଧ୍ୟାପକ, ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ମହାନ୍ତି ଓ ଅଭିଯୋଗକାରୀ ନାବାଳିକା ଥିଲେ। ଏଥିରେ ଅଭିଯୁକ୍ତ ଅଧ୍ୟାପକ ଘଟଣାର ସତ୍ୟାସତ୍ୟ ଥିବା ସ୍ୱୀକାର କରିବା ସହିତ କ୍ଷମା ପ୍ରାର୍ଥନା କରିଥିଲେ।

ଯାହାକୁ ନେଇ କଲେଜର ଅଧ୍ୟକ୍ଷ ଏକି କମିଟି ଆପୋଷ ସମାଧାନ ଜରିଆରେ ଘଟଣାକୁ ଚପାଇ ଦେଇ ଚୁପ ହୋଇ ବସିଥିଲେ। ହେଲେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ସହଜରେ ଗ୍ରହଣ ନକରି ଘଟଣା ସମ୍ପର୍କରେ ତଦନ୍ତ ନିମନ୍ତେ ଉକ୍ତ କଲେଜର ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକଙ୍କୁ ସୋକଜ୍ ନୋଟିସ କରିଥିଲେ। ସୋକଜ୍ ନୋଟିସ ଜରିଆରେ କଲେଜର ଅଧ୍ୟକ୍ଷ ଓ ଅଧଧ୍ୟପକଙ୍କ କାର୍ଯ୍ୟକଳାପ ଉପଜିଲ୍ଲାପାଳ ସନ୍ତୁଷ୍ଟ ପ୍ରକାଶ କରି ନଥିଲେ। ପୋକସୋ ଆକ୍ଟରେ ଜଣେ ନାବାଳିକା ସହିତ କୌଣସି କମ୍ପରମାଇଜ ହୋଇ ପରିବ ନାହିଁ ବୋଲି ଜିଲ୍ଲାପାଳ ଦର୍ଶାଇ ଦ୍ୱୟଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ। ଯାହାକୁ ନେଇ ଉପଜିଲ୍ଲାପାଳ ଶ୍ରୀ ତରାଇ ଜୁଲାଇ ୨୧ ସନ୍ଧ୍ୟାରେ ଦୁଇ ଜଣଙ୍କୁ ନିଲମ୍ବିତ କରିଥିଲେ। ସେହିଦିନ ଠାରୁ କଲେଜର ଅଧ୍ୟକ୍ଷ ଓ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲେ। ମାତ୍ର ଅଧ୍ୟକ୍ଷ ଶ୍ରୀ ସାହୁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ବେଲ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଉଚ୍ଚ ନ୍ୟାୟାଳୟ ବେଲ ନଦେଇ ତଳ କୋର୍ଟରେ ଆବେବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଆଦେଶ ମୁତାବକ ଆଜି ଅଧ୍ୟକ୍ଷ ଶ୍ରୀ ସାହୁ ସ୍ୱତନ୍ତ୍ର ପୋକସୋ କୋର୍ଟରେ ବେଲ ନିମନ୍ତେ ଆତ୍ମସମର୍ପଣ କରି ଶେଷରେ ନିରାଷ ହୋଇ ଜେଲ ଜାଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking