18.1 C
Bhubaneswar
Saturday, December 6, 2025
Homeଓଡିଶାପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ

ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିନ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ ଦଳ । ହୋହଲ୍ଲା ଭିତରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ୨୧ ମିନିଟ ଧରି ଆଲୋଚନା ଚାଲିଥିଲା । ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ପ୍ରସଙ୍ଗରେ ବିଜେଡି ବିଧାୟକମାନେ ପୋଡିୟମ ତଳକୁ ଆସି ପ୍ରତିବାଦ କରିଥିଲେ ।  ଅନ୍ୟପଟେ କଂଗ୍ରେସ ବିଧାୟକମାନେ ବିଜେଡି ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ଏବଂ ବିଜେଡି – ବିଜେପି ଭାଇଭାଇ କହି ନିଜ ସ୍ଥାନରେ ରହି  ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।  ଯାହା ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବାଚସ୍ପତି ସୁରମା ପାଢୀ ଛିଡା ହୋଇ ବିରୋଧୀ ଦଳକୁ ଗୃହ କାର୍ଯ୍ୟରେ  ସହଯୋଗ କରିବାକୁ ଏବଂ ନିଜ ସ୍ଥାନକୁ ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ନିଜ ଜାଗାକୁ  ଯିବାକୁ ପ୍ରସ୍ତୁତ ନଥିଲେ । ଆହୁରି ହୋହାଲ୍ଲା କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏନେଇ ବାଚସ୍ପତି ସୁରମାପାଢୀ  ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking