21.1 C
Bhubaneswar
Saturday, December 6, 2025
Homeଓଡିଶାଆଜି ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ପୂଜା ପାଇବେ ମା’ଦୁର୍ଗା

ଆଜି ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ବେଶରେ ପୂଜା ପାଇବେ ମା’ଦୁର୍ଗା

ଭୁବନେଶ୍ୱର: ଆଜି ମା’ଙ୍କ ଷୋଡଶ ଉପଚାର ପୂଜାର ଦଶମ ଦିନ । ନବରାତ୍ରିର ଦ୍ୱିତୀୟ ଦିନ । କଟକରେ ମା ଗଡଚଣ୍ଡୀ ଭକ୍ତମାନଙ୍କୁ ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଏଥିପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳାରେ ମା’ଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ନବରାତ୍ରି ପାଇଁ ଖୋର୍ଦ୍ଧାର ମା’ ଉଗ୍ରତାରାଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଗହଳି । ପୂଜାବିଧି ଓ ରୀତିନୀତି ଅନୁସାରେ ପ୍ରତିଦିନ ଚାଲିଛି ମା’ଙ୍କ ପୂଜା । ସକାଳୁ ଚୂଡ଼ା ଘଷା, ମଧ୍ୟାହ୍ନରେ ଅନ୍ନ ଖେଚୁଡ଼ି, ଡାଲି, ଆମିଷ ଭୋଗ ମଧ୍ୟ ହୋଇଥାଏ । ସେହିପରି ଭୋଗରେ ମା’ଙ୍କର ପ୍ରିୟଭୋଗ ହେଉଛି ମାଛ ପୋଡ଼ା । ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଏହି ତନ୍ତ୍ରପୀଠ ବେଶ ମନୋଲୋଭା । ବିଶେଷକରି ରଜ ଓ ଶାରଦୀୟ ଦୁର୍ଗାପୂଜାରେ ହଜାର ହଜାର ଭକ୍ତ ଓ ମାନସିକଧାରୀମାନେ ମା’ଙ୍କ ପୀଠକୁ ଛୁଟି ଆସିଥା’ନ୍ତି । ନବରାତ୍ରି ପୂଜା ଅବସରରେ ମା’ଙ୍କ ପୀଠ ବେଶ୍ ଚଳଚଞ୍ଚଳ ହୋଇଉଠିଛି । ଭକ୍ତଙ୍କ କହିବା ଅନୁସାରେ ମା’ଙ୍କ ପାଖକୁ ଯିଏ ଆସେ କେହି ଖାଲି ହାତରେ ଫେରେନାହିଁ । ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥାଏ । ମନ୍ତ୍ରପାଠ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ପୂରା ପରିବେଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking