ଭୁବନେଶ୍ୱର: ମାର୍ଗଦର୍ଶିକା ଅନୁସାରେ ଅଳଙ୍କାର ସ୍ଥାନାନ୍ତର । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ବୈଠକ ପରେ ଜିଲ୍ଲାପାଳ ପ୍ରତୀକ ସିଂ ସୂଚନା ଦେଇଛନ୍ତି। କହିଛନ୍ତି, ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସ୍ଥାନାନ୍ତର କରାଯିବ ଅଳଙ୍କାର । ସକାଳ ୧୦ଟାରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିବ । ଭକ୍ତ ଉତ୍ତରଦୁଆର ଦେଇ ମହାପ୍ରସାଦ ପାଇଁ ଆନନ୍ଦବଜାର ଯାଇପାରିବେ । କେବଳ ପାଳିଆ ସେବକ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବ ଶ୍ରୀମନ୍ଦିର । ପାଳିଆ ସେବକ ଓ ୧୧ ଜଣିଆ ଟିମ ସଦସ୍ୟ ପାସ ଦେଖାଇ ଭିତରକୁ ଯିବେ ।









