16.1 C
Bhubaneswar
Tuesday, February 10, 2026
Homeଓଡିଶାସୁକିନ୍ଦା ପ୍ରାଥମିକ କୃଷି ସମବାୟ ସମିତିରେ ମିଳୁନି ସାର: ଉତ୍ତେଜିତ ଚାଷି

ସୁକିନ୍ଦା ପ୍ରାଥମିକ କୃଷି ସମବାୟ ସମିତିରେ ମିଳୁନି ସାର: ଉତ୍ତେଜିତ ଚାଷି

ଯାଜପୁର: ରାଜ୍ୟ ସମବାୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ତଥା ନିଜ ଗ୍ରାମ ସୁକିନ୍ଦା ପ୍ରାଥମିକ କୃଷି ସମବାୟ ସମିତିରେ ସାରର ଘୋର ଅଭାବ ଦେଖା ଯାଇଛି l ଚାଷୀ ସାର ନ ପାଇ ହତାଶ ହୋଇ ପଡିଛନ୍ତିl ଏହି ଅବସ୍ଥା ସାରା ରାଜ୍ୟରେ ଦେଖା ଯାଇଛିl ବିଭାଗୀୟ ମନ୍ତ୍ରୀ ସାର ଅଭାବ ନାହଁ ବୋଲି ଦୁଡ଼କ୍ତି ପ୍ରକାଶ କରୁଛନ୍ତି ସମଗ୍ର ରାଜ୍ୟl ସାର ଯୋଗାଇବାରେ ଡବଲ ଇଞ୍ଜିନି ସରକାର ବିଫଳ ଏ ସମ୍ପର୍କରେ ବିରୋଧୀ ଦଳଗୁଡିକ ବିଧାନସଭାରେ ତୁମ୍ବି ଥୋପାନା କରି ଗୃହଙ୍କୁ ଅଚଳ କରୁଛନ୍ତିl ସରକାର ବିରୋଧୀଙ୍କ ସାମାନା କରି ପାରୁ ନାହାନ୍ତିl ସମ ବାୟ ମନ୍ତ୍ରୀଙ୍କ ଗାଁ ଥିବା ପ୍ରଥମିକ କୃଷି ସମୟ ବାୟ ସମିତିରେ ଚାଷିମାନେ କିପରି ସାର ପାଇଁ ହଟ ହଟା ହେଉଛନ୍ତିl ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟରେ ବହୁ ଚାଷୀ ସାର ପାଇଁ ଆସିଥିବା ବେଳେ ସାର ନଥିବାକୁ ନେଇ ଉତେଜନା ଦେଖାଦେଇଛି l ଚାଷୀ ମାନଙ୍କୁ ସାର ଦେବାପାଇଁ ସମବାୟ ସମିତିକୁ ଡାକିଦେଉଛନ୍ତି ଚାଷୀ ମାନେ ସାର ନେବା ପାଇଁ ଆସିଥିବା ବେଳେ ସୁକିନ୍ଦା ସମବାୟ ସମିତି ରେ ସାର ଦେଉଥିବା କର୍ମଚାରୀ ଆଜି ସାର ନାହିଁ କାଲିକି ଆସ କହୁଛନ୍ତି l

ଏମିତି ବାରମ୍ବାର କହୁଥିବା ଫଳରେ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଯାହାକୁ ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି l ଆଜି ସାର ଦିଆଯିବ କହିଥିବା ବେଳେ ବହୁ ଚାଷୀ ମାନେ ସାର ନେବାପାଇଁ ଆସିଥିବା ବେଳେ ସମିତିର କର୍ମଚାରୀ ସାର ନାହିଁ ଆସିଲେ ଦିଆଯିବ କହିଥିବା ବେଳେ ଶାରକୁ ନେଇ ଚାଷୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି l ସମବାୟ ସମିତିର ଅଧିକାରୀ କହୁଛନ୍ତି ସାର ଆସୁଛି ଚାଷୀ ମାନଙ୍କୁ ଦିଆଯାଉଛି l ସାର ସମସ୍ୟାକୁ ନେଇ ଆମେ ପହଁଚିଥିଲୁ ସୁକିନ୍ଦା ସମବାୟ ଅଫିସରେ କିନ୍ତୁ ଅଫିସରେ ନ ଥିଲେ ସମବାୟର ସଭାପତି ଓ ସମ୍ପାଦକ l ଚାଷି ଏକତ୍ରିତ ହୋଇ ଉତ୍ତେଜିତ ହେବା ଫଳରେ ସୋସାଇଟି ସମ୍ପାଦକ ଅଫିସ ଛାଡି ପଳେଇ ଯାଇଥିବା କୁହାଯାଉଛି l ଡବଲ ଇଞ୍ଜିନ ସରକାରଙ୍କ ଅପରଗତା ସ୍ପଟ ବାରି ହେଉଛି କେବେ ଚାଷି ମାନଙ୍କୁ ସାର ଯୋଗlଇବେ ସରକାର ତାହା ସମୟ କହିବl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking