ଯାଜପୁର: ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳ ରାଜ୍ୟରେ ନାରୀ ନିର୍ଯ୍ୟାତନା ଆଇନ ଶୁଙ୍ଖଳା ବିପର୍ଯ୍ୟସ୍ତ ଘଟିଛି l ଡବଲ ଇଞ୍ଜିନ ସରକାର ସମୟରେ ମହିଳା ଛାତ୍ରୀ ଓ ମହିଳା କର୍ମ ଚାରି ମାନେ ସୁରକ୍ଷିତ ମଣୁ ନାହାନ୍ତି l ଏହାର ପ୍ରତିବାଦ ରେ ଯାଜପୁର ଜିଲ୍ଲା ମହିଳା ବିଜୁ ଜନତା ଦଳ ରାଜ ରାସ୍ତା କୁ ଓଲ୍ଲାଇ ଛି ଯାଜପୁର ଏସପି ଙ୍କ କାର୍ଯ୍ୟାଳୟ ବିକ୍ଷୋଭ ପଦର୍ଶନ କରି ଡି ଜି ଙ୍କ ଉଦେଶ୍ୟ ରେ ଦାବି ପତ୍ର ପଦାନ କରିଛି l ରାଜ୍ୟରେ ନୂତନ ବିଜେପି ସରକାର ଆସିବା ପରେ ଦିନକୁ ଦିନ ନାରୀ ନିର୍ମାତନାବୁଦ୍ଧିଛି ପାଇବାରେ ଲାଗିଛି । ଏପରିକି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏକପ୍ରକାର ବିଗିଡି ଯାଇଥିବା ବେଳେ ଏହାକୁ ରୋକିବାକୁ ବିଜେପି ସରକାରବିଫଳ ହୋଇଛି। ତେବେ ଏଭଳି ଘଟଣା ରାଜ୍ୟ ସାରା ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ଏହାକୁ ରୋକିବାକୁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁ ମହିଳା ଜନତା ଦଳ ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସବିତା ରାଉଡଙ୍କ ପୂର୍ଵ ତନ ସାଂସଦ ବିଜେଡ଼ି ମହିଳା ରାଜ୍ୟ ସମ୍ପାଦିକା ଶର୍ମିଷ୍ଠା ସେଠି ଙ୍କ ନେତୃତ୍ବରେ ଶହ ଶହ ମହିଳା ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିବା ସହିତ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ଦାବି କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ବିଧାୟିକା ସୁଜାତା ଯାହୁ, ପୂର୍ବତନ ଯାଜପୁର ସାଂସଦ ତଥା ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶର୍ମିଷ୍ଠା ସେଠୀ, ଯାଜପୁର ଜିଲ୍ଲା ପରିଷଦ ଅଧକ୍ଷା ନଳିନୀପ୍ରଭା ଜେନା ଜିଲ୍ଲାର ସମସ୍ତ ବ୍ଲକ ଏବଂ ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଉପାଧ୍ଯକ୍ଷା ସମସ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ମହିଳା ଜନପ୍ରତିନିଧ୍ୟ ଓ ସହସ୍ରାକ ମଳିକା ଯୋଗଦେଇଥିଲେ । ପ୍ରଥମେ ପାଣିକୋଇଲି ବଜାରରୁ ଏକ ଶୋଭାଯାତ୍ରା ବାହାରି ଏସ୍ପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।ଏହି କାର୍ଯ୍ୟକ୍ରମକୁ କୋରେଇ ର ଦୁଃଖ ସୁଖ ର ସାଥି ଭବ ପ୍ରସାଦ ଦାସ ପରିଚାଳନା କରି ଥିଲେ ବିଜେଡ଼ି ରବହୁ ନେତୃ ଵୁନ୍ଦ ସାମିଲ ହୋଇ ଥିଲେ ।










