ଭୁବନେଶ୍ୱର: ଚାଲିପାରୁନି ଗୃହ । ଗୃହରେ ପୁଣି ବିଜେଡି ହଟ୍ଟଗୋଳ କରିଛି । ସରକାରଙ୍କ ବିରୋଧରେ, ସାର ପ୍ରସଙ୍ଗକୁ ନେଇ ନାରାବାଜି କରି ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ ବିଜେଡି ବିଧାୟକ । ଏନେଇ ବାଚସ୍ପତି ସୁରମାପାଢୀ ଆସନ୍ତାକାଲି ଦିନ ୧୦ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି । ସକାଳେ ମଧ୍ୟ ୪ ମିନିଟ ଚାଲିଥିଲା ଗୃହ କାର୍ଯ୍ୟ । ସ୍ୱାଭାବିକ ଭାବେ ଗୃହ ଚାଲିପାରିନଥିଲା । ଧୋଇ ହୋଇଯାଇଥିଲା ପ୍ରଶ୍ନକାଳ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ୪ ଟା ଯାଏଁ ଗୃହ ମୁଲତବୀ ରଖାଯାଇଥିଲା ।









