ଭୁବନେଶ୍ୱର: ୯ ଜିଲ୍ଲାରେ ୩୨ ଛାତ୍ରୀ ନିର୍ଯାତନା ମାମଲା । ରାଜ୍ୟର ୯ଟି ଜିଲ୍ଲାରେ ୩୨ ଛାତ୍ରୀ ନିର୍ଯାତନା ମାମଲା ରୁଜୁ ହୋଇଛି । ଏନେଇ ଗୃହରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୧୧, ସୁନ୍ଦରଗଡରେ ୪ଟି ମାମଲା ରୁଜୁ ହୋଇଛି । ଗଞ୍ଜାମ, କେନ୍ଦ୍ରାପଡା, ବାଲେଶ୍ୱର ଓ କେନ୍ଦୁଝରରେ ୨ଟି ଲେଖାଏଁ ମାମଲା ହୋଇଛି । ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡିରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି । ମାଲକାନଗିରି , ମୟୁରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ବି ଗୋଟିଏ ଲେଖାଏଁ ମାମଲା ।










