24.1 C
Bhubaneswar
Friday, February 6, 2026
Homeଓଡିଶା୧୪ ଲକ୍ଷରୁ ଅଧିକ ଚାରା ରୋପଣ କରି ତାଲିକାର ଶୀର୍ଷରେ ସୁନ୍ଦରଗଡ଼ ଜିଲ୍ଲା

୧୪ ଲକ୍ଷରୁ ଅଧିକ ଚାରା ରୋପଣ କରି ତାଲିକାର ଶୀର୍ଷରେ ସୁନ୍ଦରଗଡ଼ ଜିଲ୍ଲା

ଭୁବନେଶ୍ୱର: ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମା ଓ ମାତୃଭୂମି, ପ୍ରକୃତି ଓ ପରିବେଶକୁ ଓଡିଆମାନେ କେତେମାତ୍ରାରେ ଭଲ ପାଆନ୍ତି ତାହା ଆଜି ପ୍ରମାଣିତ କରି ଦେଖେଇ ଦେଇଛନ୍ତି । ଓଡ଼ିଆମାନେ ଐକଵଦ୍ଧ ହେଲେ କୋଣାର୍କ ଗଢ଼ିପାରନ୍ତି, ଓଡ଼ିଆମାନେ ଐକଵଦ୍ଧ ହେଲେ କଳ୍ପନା ଠାରୁ ଅଧିକ କିଛି କରିପାରନ୍ତି – ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ପ୍ରମାଣିତ କରି ଦେଖେଇଦେଇଛନ୍ତି ଓଡିଆମାନେ ସାରା ବିଶ୍ୱକୁ ସେମାନେ କିପରି ଏକ ମହାନ ଜାତି । ସେପ୍ଟେମ୍ବର ୧୭, ୨୦୨୫ ତାରିଖ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱ ଇତିହାସରେ ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଯେତେବେଳେ ଚାରା ରୋପଣ, ସାମାଜିକ ଏକତା ଓ ଏକ ଅଭିଯାନକୁ କିପରି ଆନ୍ଦୋଳନରେ ପରିବର୍ତ୍ତନ କରାଯାଏ ସେକଥା ସାମ୍ନାକୁ ଆସିବ ସେତେବେଳେ ମନେ ପଡିବ ଶ୍ରୀଜଗନ୍ନାଥଙ୍କ ପବିତ୍ର ପ୍ରାଙ୍ଗଣ ଓଡିଶା, ନଦନଦୀର ଉଚ୍ଚରିତ ଓଡିଶା, ସବୁଜ-ସୁଶୋଭିତ ଓଡିଶା, ଏକତା ଓ ସମତାର ଓଡିଶା ।

“ଏକ ପେଡ୍ ମା କେ ନାମ ଦ୍ୱିତୀୟ ସଂସ୍କରଣ” ଅଭିଯାନ ଅନ୍ତର୍ଗତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଥିଲେ । ଏହି ଆହ୍ୱାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରି ଓଡ଼ିଶାବାସୀ ଆଜି ଅପରାହ୍ନ ୪.୩୦ ସୁଦ୍ଧା ୧,୪୯,୧୧,୩୩୯ ଗୋଟି ଚାରା ରୋପଣ କରି କେବଳ ଭାରତ ବର୍ଷ ନୁହଁ, ବିଶ୍ୱ ରେକର୍ଡ ସ୍ଥାପନ ପୂର୍ବକ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେଥିପାଇଁ ସମ୍ପୃକ୍ତ ସମସ୍ତ ବିଭାଗ, ସ୍ବେଛାସେବୀ ଅନୁଷ୍ଠାନ, ଛାତ୍ର-ଛାତ୍ରୀ, ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କୁ ବିଭାଗ ପକ୍ଷରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହା ପୂର୍ବରୁ ମଧ୍ୟପ୍ରଦେଶ ସରକାର ଗୋଟିଏ ଦିନରେ ୧୧ ଲକ୍ଷ ଚାରା ରୋପଣ କରି ରେକର୍ଡ ସୃଷ୍ଟିକରିଥିଲା । ତା’ପୂର୍ବରୁ ଆସାମ ସରକାର ଗୋଟିଏ ଦିନରେ ୯ ଲକ୍ଷ ୨୬ ହଜାର ଚାରା ରୋପଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । କିନ୍ତୁ, ଆଜି ଓଡିଶା ମାତ୍ର କେଇ ଘଣ୍ଟା ଭିତରେ ୧.୫ କୋଟି ଚାରା ରୋପଣ କରି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ସ୍ଥାପନ କରିଛି ଏକ ଅବିଶ୍ୱାସନୀୟ ଓ ଅବିସ୍ମରଣୀୟ ମହାମାନବୀୟ କୀର୍ତ୍ତି ।

ସଂଖ୍ୟାଦୃଷ୍ଟିରୁ ବିରଳ ରେକର୍ଡ କରିବା, ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଓ ଅନ୍ୟ ରାଜ୍ୟ ପାଇଁ ଦୃଷ୍ଟାନ୍ତ ସାଜିବା ଓଡିଶା ସରକାରଙ୍କ ପାଇଁ ଗୌରବର କଥା କିନ୍ତୁ ତାଠୁ ବଡ ଲକ୍ଷ ହେଉଛି ଆଗାମୀ ପିଢ଼ିଙ୍କ ପାଇଁ ଏକ ସ୍ୱଚ୍ଛ-ସବୁଜ-ସୁନ୍ଦର-ସମୃଦ୍ଧ-ସ୍ୱୟଂ ସମ୍ପୂର୍ଣ୍ଣ ଓଡିଶା ନିର୍ମାଣ କରିବା ।
ଆଜି ଅପରାହ୍ନ ୪.୩୦ ସୁଦ୍ଧା, ୩୦ଟି ଜିଲ୍ଲାରେ ମୋଟ ୧,୪୯,୧୧,୩୩୯ ଚାରା ସଫଳତାର ସହିତ ରୋପଣ କରାଯାଇଛି । ୭୧,୯୨୪ଟି ପୂର୍ବ ନିର୍ଦ୍ଧାରିତ ସ୍ଥାନ ସମେତ ରାଜ୍ୟବ୍ୟାପୀ ଏହି ସଘନ ଚାରା ରୋପଣ କାର୍ଯ୍ୟ ସମାହିତ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲା ୧୪,୨୧,୬୧୮ ଚାରା ରୋପଣ ସହ ଏହି ଅଭିଯାନରେ ଶୀର୍ଷରେ ରହିଛି । କୋରାପୁଟ ୧୧,୦୧,୬୨୪ ଚାରା ରୋପଣ ସହିତ ଦ୍ଵିତୀୟ ଏବଂ କେନ୍ଦୁଝର ୧୦,୪୨,୯୨୭ ଚାରା ରୋପଣ ସହିତ ତୃତୀୟ ସ୍ଥାନରେ ରହିଛି । ମୟୁରଭଞ୍ଜ ୯,୧୭,୬୫୯ ଏବଂ ଏବଂ କଳାହାଣ୍ଡି ୭,୬୭,୫୧୦ ଚାରା ରୋପଣ ସହିତ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ୧,୩୧,୮୮୫ ଚାରା ରୋପଣ ସହିତ ଦେବଗଡ ତାଲିକାର ଶେଷରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking