ଜଗତସିଂହପୁର: ପାରାଦୀପ ବନ୍ଦରରେ ଜାହାଜ ଏମ୍ ଭି ଡେନସା ଲାୟନ ଗିରଫ । ଗତକାଲି ରାତିରେ କରାଯାଇଛି ଗିରଫ । ୪୨ ଲକ୍ଷ ୭୨ ହଜାରରୁ ଅଧିକ ମେଣ୍ଟେନାନ୍ସ ଟଙ୍କା ବକେୟାକୁ ନେଇ ଗିରଫ । ଗିରଫ ନିର୍ଦ୍ଦେଶ ଦେଲେ ମାନ୍ୟବର ହାଇକୋର୍ଟ ଓଡ଼ିଶା । ଓ୍ବେପଏଣ୍ଟ ପୋର୍ଟ ସର୍ଭିସ୍ ଲିମିଟେଡର ବକେୟା ଟଙ୍କା ଦେଇନାହିଁ ଜାହାଜ କମ୍ପାନୀ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହୋଇ ଆଙ୍କରେଜରେ ରହିବ ଜାହାଜ । ଗତ ବର୍ଷକ ମଧ୍ୟରେ ଏହାକୁ ମିଶାଇ ୪ ରୁ ଉର୍ଦ୍ଧ୍ୱ ଜାହାଜ ପାରାଦ୍ଵୀପ ବନ୍ଦରରେ ଗିରଫ ହୋଇ ସାରିଛନ୍ତି । ଏହି ଏମ୍ ଭି ଡେନସା ଲାୟନ ଜାହାଜର ଭାଗ୍ୟ ପରବର୍ତ୍ତୀ ଶୁଣାଣି ଉପରେ ନିର୍ଭର କରୁଛି ।










