18.1 C
Bhubaneswar
Saturday, December 6, 2025
Homeଓଡିଶାଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର : ମନମୋହନ ସାମଲ

ଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର : ମନମୋହନ ସାମଲ

ଭୁବନେଶ୍ୱର (ବିପିନ୍ ସିଂ): ଦେଶ ସ୍ୱାଧୀନତାର ୭୮ ବର୍ଷ ପରେ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି । ଏବେ ରାଜ୍ୟରେ ଥିôବା ସମସ୍ତ ସମସ୍ୟାର ସମାଧାନ ପାଇଁ ସମୟ ଆସଛି । ଓଡ଼ିଶାର ବିକାଶ କରିବାକୁ ସଂକଳ୍ପ ନେଇଛି ବିଜେପି ସରକାର । ସବୁ ସମସ୍ୟାର ସମାଧାନ କରି ଓଡ଼ିଶାକୁ ୧ ନମ୍ବର କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଭଦ୍ରକ ଜିଲା ଚାନ୍ଦବାଲିଠାରେ ଅନୁୂଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ଚାନ୍ଦବାଲି ଏକ ସମସ୍ୟା ବହୁଳ ବିଧାନସଭା । ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ଚାନ୍ଦବାଲିରେ ଏବେ ବି ଜଳସେଚନର ସୁବିଧା ନଥିବା କାରଣରୁ ଚାଷୀମାନେ କଠିନ ପରିଶ୍ରମ କରି ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଏସବୁ ଅସୁବିଧାକୁ ଦୂର କରାଯିବ । ବିଜେପି ଏବେ ସରକାରରେ ଅଛି, ଏହି ସମୟ ମଧ୍ୟରେ ଚାନ୍ଦବାଲିରେ ଯାହା ସବୁ ସମ୍ଭାବନା ରହିଛି ତାହା ପୂରଣ କରାଯିବ । ଏଥିପାଇଁ ସମସ୍ତଙ୍କୁ ମିଳିତ ଭାବେ ସହଯୋଗ କରିବାକୁ ପଡ଼ିବ । ଏହାଦ୍ୱାରା ଚାନ୍ଦବାଲିର ସାମଗ୍ରିକ ବିକାଶ ହୋଇପାରିବ ।

ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ । ଲୋକେ ଯେପରି ବାହର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ସେଥିପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ଏଥିପାଇଁ ଭିତିଭୂମିର ବିକାଶ କରିବେ ବିଜେପି ସରକାର । ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ । ଧାନ କୁଇଂଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଉଛି । ପିଏମ୍ କିଶାନ ଯୋଜନା ଲାଗୁ କରି କେନ୍ଦ୍ରରେ ମୋଦି ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ସାଢ଼େ ୩ ଲକ୍ଷ କୋଟି ଟଙ୍କା ଦେଲେଣି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଏମ୍ କିଶାନ ଯୋଜନା ଆରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ କୃଷିଭିତିକ ଶିଳ୍ପ କରିବାକୁ ଯୋଜନା କରାଯାଇଛି । ଫଳରେ କୃଷିଜାତ ଦ୍ରବ୍ୟରେ ଭାଲ୍ୟୁ ଆଡିସନ ହେବ । ଏହାଦ୍ୱାରା ନୂତନ ସାମଗ୍ରୀ ପ୍ରସ୍ତୁତ ହେବ । ସବୁ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ କରାଯିବ । ଏହାଦ୍ୱାରା ଚାଷୀଙ୍କ ଆୟ ବହୁଗୁଣା ବୃଦ୍ଧି ପାଇବ । ୧୫ ଲକ୍ଷ ହେକ୍କଟର ଜମିରେ ଜଳସେଚନର ବ୍ୟବସ୍ଥା ହେବ । ସୁଭଦ୍ରା ଯୋଜନା ଜରିଆରେ ରାଜ୍ୟର ମା’ ଓ ଭଉଣୀମାନଙ୍କୁ ୫୦ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ଆରମ୍ଭ ହୋଇଛି । ୮୦ ବର୍ଷରୁ ଊଦ୍ଧ୍ୱ ବୃଦ୍ଧାବୃଦ୍ଦ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱାସ୍ଥ୍ୟବୀମା ସହ ୩୫୦୦ଟଙ୍କା ଭତା ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରିଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି । ସବୁଠାରୁ ଅଧିକ ନିବେଶ ଧାମରା ପୋର୍ଟରୁ ଆସିିଛି । ଧାମରାରେ ଶିଳ୍ପ ନଗରୀ ହେବ । ଏଠାରେ ଶିଳ୍ପର ବିକାଶ ହେବ । ଏହା ଦ୍ୱାରା ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୁଯୋଗ ବଢ଼ିବ । ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବାର ବ୍ୟାପକ ସମ୍ଭାବନ ରହିଛି । ଏହାର ବିକାଶ କରାଯାଇ ବାହାରକୁ ଯେପରି ଲୋକେ ଦାଦନ ଖଟିବାକୁ ଯିବେ ନାହିଁ ସେଥିପାଇଁ ପ୍ରତିଶ୍ରୁତବଦ୍ଧ । ଏଥିପାଇଁ ଭିତିଭୂମିର ବିକାଶ କରିବ ବିଜେପି ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବିଧାୟକ ସୀତାଂଶୁ ମହାପାତ୍ର, ସାଂସଦ ଅଭିମନ୍ୟୁ ସେଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଜିଲା ସଭାପତି ଭଗବାନ ପଣ୍ଡାଙ୍କ ସମେତ ଜିଲାସ୍ତରୀୟ ଓ ମଣ୍ଡଳସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଚାନ୍ଦବାଲି ବସ୍‌ଷ୍ଟାଣ୍ଡ, ଉଦ୍‌ଘାଟନ କରାଯିବା ସହ ଅଟଳ ପାର୍କ ଶିଳାନ୍ୟାସ, ମେନ୍ ମାର୍କେଟ ଭେଣ୍ଡିଂ ଜୋନର ଶିଳାନ୍ୟାସ କରାଯାଇଥିଲା । ରାଜ୍ୟ ସଭାପତି ଭାବେ ପୁନଃ ଦାୟିତ୍ୱ ନେବା ପରେ ଶ୍ରୀ ସାମଲ ଭଦ୍ରକ ଜିଲ୍ଲା ଗସ୍ତର ଆସି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରି ରାଜ୍ୟର କଲ୍ୟାଣ ଓ ଉନ୍ନତି କାମନା କରିଥିଲେ । ସେଠାରେ ଶ୍ରୀ ସାମଲଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଚାନ୍ଦବାଲିଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ ।

ଶ୍ରୀ ସାମଲଙ୍କ ଏହି ଗସ୍ତ ସମୟରେ ବାରିକ ସାହି, ଦୋଳସାହି, ନନ୍ଦପୁର, ତିହିଡ଼ି, କୋହ୍ଲ, କମାରିଆ, ଆରୁଅ, ସନ୍ତପୁରା, ପିରହାଟ, ବିନ୍ଧା, ଦୌଲତପୁର, ନୂଆବଜାର, ମଝିବଜାର, ବାମନ ବିନ୍ଧା, କାନପୁର. ବିବେକାନନ୍ଦପୁର, ସାମନ୍ତରାପୁର, ଗଦି, କ୍ଷେରଙ୍ଗ, ନାଲଗୁଣ୍ଡା, ଦିଗଛିଆ, ମତୋ, ଭାଟପଡ଼ା ଛକରେ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ବିପୁଳ ସ୍ୱାଗତ ଜଣାଇଥିଲେ । ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଚାନ୍ଦବାଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking