କାଲିମେଳା: ସ୍କୁଟିକୁ ଧକ୍କା ଦେଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଗାଡି । ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଗାଡି ଛାଡି ଜେଇ ଓ ଠିକାଦାର ଫୋରାର ହୋଇଯାଇଥିବା ନେଇ ମିଳିଛି ସୂଚନା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










