ଭୁବନେଶ୍ୱର: ରାଜ୍ୟରେ ମୋଟ୍ ୯୧୩ଟି ନବନିର୍ମିତ ଅଙ୍ଗନବାଡି କେନ୍ଦ୍ରର ଉଦ୍ଘାଟନ କରାଯାଇଛି । ନୂତନ ଅଙ୍ଗନବାଡିର ଉଦ୍ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୯୧୩ଟି ନୂତନ ଅଙ୍ଗନବାଡି ମଧ୍ୟରୁ ୯୦ଟି କେନ୍ଦ୍ର କଳାହାଣ୍ଡିର, ୭୭ଟି କେନ୍ଦ୍ର ବାଲେଶ୍ୱରର, ଗଞ୍ଜାମର ୭୨ଟି କେନ୍ଦ୍ର, ନୟାଗଡର ୫୬ଟି କେନ୍ଦ୍ର ବରଗଡର ୪୪ଟି କେନ୍ଦ୍ର, ଅନୁଗୁଳର ୩୩ଟି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।









