16.1 C
Bhubaneswar
Sunday, December 7, 2025
Homeଓଡିଶାପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ନିଶାନା!

ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ନିଶାନା!

ଭୁବନେଶ୍ୱର: ଧୁତରାଷ୍ଟ୍ର ପରେ ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ଉପାକ୍ଷା । ନିଜ ସୋସିଆଲ ମିଡିଆ ପେଜରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର  ଏଥର ଏକ ସନ୍ନାସୀ ଉପାଖ୍ୟାନ ଲେଖିଛନ୍ତି । ଯାହାକି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ  ନେଇଥିବା ଭିକେ ପାଣ୍ଡିଆନ ଆଡକୁ ନିଶାନା  ବୋଲି ଚର୍ଚ୍ଚା ହେଉଛି । ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ଉପରେ ଆଧାରିତ ଏକ ୱେବସିରିଜ ଦେଖିବା ପରେ  ଶ୍ରୀ ମୟୀ ଲେଖିଛନ୍ତି ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ବଦଳିଯାଇଛି । ସଂସାରର ସମସ୍ତ ସୁଖ , ସମ୍ଭୋଗକୁ ଦୂରେଇ ରହିଥିବା ବ୍ୟକ୍ତିଙ୍କୁ ହିଁ ସନ୍ନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ ସମାଜ ତାକୁ ଭଣ୍ଡ ସନ୍ନ୍ୟାସୀ ଆଖ୍ୟା ଦେବାକୁ ପଛାଏ ନାହିଁ ।  ହେଲେ ଏବେ କିଛି ଘଟଣା ତାର ବ୍ୟତିକ୍ରମ , ଯେଉଁମାନେ ସନ୍ନ୍ୟାସ କହି ସବୁ ସୁଖ , ସ୍ୱାଚ୍ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି  ଓ ଭଣ୍ଡ ସନ୍ୟାସୀ ଆଖ୍ୟା ରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି । ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ  ଜଗତ ପଛେ ନର୍କେ ପଡିଥାଉ । ମୋ ଜୀବନ ଉଦ୍ଧାର ହେଉ ବୋଲି ଲେଖିଛନ୍ତି ଶ୍ରୀମୟୀ । ଯେଉଁମାନେ ଜଗନ୍ନାଥଙ୍କ ନାଁନେଇ ଅନ୍ୟ ପାଇଁ ଗାତ ଖୋଳୁଛନ୍ତି ସେମାନେ ନିଜେ ସେହି ଗାତରେ ପଡୁଛନ୍ତି  ବୋଲି ଲେଖିଛନ୍ତି ଶ୍ରୀମୟୀ । ତେବେ ଶ୍ରୀ ମୟୀଙ୍କ ପୋଷ୍ଟରେ ସ୍ପଷ୍ଟ ଭାବେ କାହା ନାଁ ସେ ନେଇ ନଥିବା ବେଳେ  କାହାକୁ ଇଙ୍ଗିତ କରୁଛନ୍ତି ତାହା ସ୍ପଷ୍ଟ  ଜଣାପଡୁଛି । ଅନ୍ୟପଟେ ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ । ପୂର୍ବରୁ ଶ୍ରୀ ମୟୀ ଏକ ସୋସିଆଲ ମିଡିଆ ପୋଷ୍ଟରେ  ଧୁତରାଷ୍ଟ୍ର ଆଖ୍ୟା ଦେଇ ନବୀନଙ୍କୁ ପରୋକ୍ଷରେ ନିଶାନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking