ସୁନ୍ଦରଗଡ: ଝାଡଖଣ୍ଡରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନା ଗଞ୍ଜୁଙ୍କ ନିହତ ହୋଇଛି । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି । ସହଦେବ ସୋରେନଙ୍କ ପାଇଁ ଥିଲା ୧ କୋଟି ଟଙ୍କା ପୁରସ୍କାର । ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର । ବୀରସେନା ଗଞ୍ଜୁଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । ସିଆରପିଏଫ ଓ ଝାଡଖଣ୍ଡ ପୋଲିସର ମିଳିତ ଅପରେସନ ବେଳେ ମୃତ୍ୟୁ ହୋଇଛି । ୩ଟି ଏକେ- ୪୭ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ଝାଡଖଣ୍ଡ ପୋଲିସ ।










