18.1 C
Bhubaneswar
Thursday, February 5, 2026
Homeଓଡିଶାଯାଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଯାଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଯାଜପୁର: ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ତା ୧୩.୦୯.୨୦୨୫ ରିଖ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଆଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୬୫୦୯ ଗୋଟି ମକଦ୍ଦମା ଫଇସଲା ହୋଇଛି । ସେଥ୍ ମଧ୍ୟରୁ ୭୩୬ ଗୋଟି ଫୌଜଦାରୀ, ୨୩ ଗୋଟି ମଟର ଦୁର୍ଘଟଣା ଜନିତ ମାମଲା, ୧୦୬ ଗୋଟି ଦେୱାନୀ, ୨୧ ଗୋଟି ପାରିବାରିକ କଳହ ମକଦ୍ଦମା, ଏବଂ ରାଜସ୍ବ ବିଭାଗର ୫୪୯୪ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ମୋଟ ଟ. ୪,୧୫,୬୯,୩୫୦/-ଙ୍କା ଆଦାୟ କରାଯାଇଛି । ଏତଦ୍‌ବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୬୧ ଗୋଟି, ବିଦ୍ୟୁତ ବିଭାଗର ୬୩ ଗୋଟି, ସ୍ଥାୟୀ ଲୋକ ଅଦାଲତର ୨ ଗୋଟି ଏବଂ ୩ ଗୋଟି ଟେଲିଫୋନ ସମ୍ବନ୍ଧୀୟ ପ୍ରାକ ବିଚାରଧୀନ ମାମଲା ଫଇସଲା କରାଯାଇ ମୋଟ ଟ. ୩୪,୫୦,୩୨୦/-ଙ୍କା ମଧ୍ୟ ଆଦାୟ କରାଯାଇଛି ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଓ ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଟିବ ଶ୍ରୀମତୀ ଲିପା ମହାନ୍ତି ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଅଦାଲତରେ ଯାଜପୁର ଜିଲ୍ଲାର ପରିବାର ଅଦାଲତର ବିଚାରପତି ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ବିଶେଶ୍ଵର ବିଶ୍ଵପ୍ରକାଶ ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ, ବରିଷ୍ଠ ଦୈୱାନୀ ବିଚାରପତି ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧରୀ, ବରିଷ୍ଠ ଦୈୱାନୀ ବିଚାରପତି (ଏଲ. ଆର ଏବଂ ଏଲ. ଟି.ଭି.) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଏସ୍. ଡ଼ି.ଜେ.ଏମ. ଶ୍ରୀମତୀ ସୁମିତ୍ରା ବିଶ୍ଵାଳ, ଦେୱାନୀ ବିଚାରପତି, ଶ୍ରୀମତୀ ସୁନିତା ବିଶ୍ଵାଳ, ଜେ, ଏମ.ଏଫ୍.ସି. (ଏଇ.ଆର ଆଣ୍ଡ ଏଲ.ଟି.ଭି. ) ଶ୍ରୀ ଅଂଶୁମାନ ରଥ, ଜେ. ଏମ.ଏଫ.ସି. ମିସ୍ ବୀଣାପାଣି ତାଣ୍ଡି ଅଂଶ ଗ୍ରହଣ କରି ବିଭିନ୍ନ ମନଦ୍ଦମା ଗୁଡ଼ିକ ଫଇସଲା କରିଥିଲେ । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା କରାଗାର ତରଫରୁ ଏକ ଷ୍ଟଲ୍ ଖୋଲାଯାଇ ସେଥିରେ କରାଗାର ଅନ୍ତେବାସୀ ମାନଙ୍କ ଦ୍ବାରା ତିଆରି କରାଯାଇଥିବା ଫିନାଇଲ୍ ଏବଂ ଜୈବିକ ଖତ ବିକ୍ରୟ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking