26.1 C
Bhubaneswar
Friday, March 27, 2026
Homeଓଡିଶାନିର୍ବାଚନ ଆୟୋଗ ପକ୍ଷରୁ ଏକ ଦିବସୀୟ କର୍ମଶାଳା

ନିର୍ବାଚନ ଆୟୋଗ ପକ୍ଷରୁ ଏକ ଦିବସୀୟ କର୍ମଶାଳା

ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କାର୍ଯ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀଙ୍କ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଛି
ସଠିକ ତଥ୍ୟର ପ୍ରସାରଣ ଏବଂ ଭ୍ରମାତ୍ମକ ସୂଚନାର ମୁକାବିଲା ଉପରେ ଗୁରୁତ୍ୱାରୋପ
୧. ଭାରତ ନିର୍ବାଚନ ଆୟୋଗ (ECI) ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଦେଶର ସମସ୍ତ ୩୬ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ କାର୍ଯ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜନ କରିଥିଲେ ।
୨. ଏହି କାର୍ଯ୍ୟକ୍ରମରେ ୫୧ ଜଣ ଗଣମାଧ୍ୟମ ନୋଡାଲ ଅଧିକାରୀ (MNO) ଏବଂ ସାମାଜିକ ଗଣମାଧ୍ୟମ ନୋଡାଲ ଅଧିକାରୀ (SMNO) ଅଂଶଗ୍ରହଣ କରିଥିଲେ ।
୩. ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ, ଉଦ୍ଘାଟନୀ ଅଧିବେଶନରେ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ ।
୪. ଭ୍ରମାତ୍ମକ ସୂଚନାର ବର୍ଦ୍ଧିତ ବିପଦକୁ ଦୃଷ୍ଟିରେ ରଖି, ଭାରତରେ ନିର୍ବାଚନ ସମ୍ବିଧାନ ଅନୁସାରେ ପୁରାପୁରି ସ୍ୱଚ୍ଛତା ଓ ପାରଦର୍ଶିତାର ସହିତ ଅନୁଷ୍ଠିତ ହେଉଥିବାର ସବିଶେଷ ସୂଚନା ସୁସ୍ପଷ୍ଟ ଭାବରେ ସବୁଠି ପହଂଚିବା ନିତାନ୍ତ ଜରୁରୀ । ଭ୍ରମିତ ସୂଚନା ଗୁଡିକୁ ସଠିକ ସରକାରୀ ତଥ୍ୟ ମାଧ୍ୟମରେ ସବୁସମୟରେ ପରାସ୍ତ କରାଯିବାର ନିରବଛିନ୍ନ ପ୍ରୟାସ ଜରୁରୀ ।
୫. ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ଅଂଶୀଦାର ମାନଙ୍କ ସହିତ ସମୟୋଚିତ ତଥ୍ୟଯୁକ୍ତ ସୂଚନା ପ୍ରସାରଣ କରିବା ପାଇଁ CEO କାର୍ଯ୍ୟାଳୟ ଗୁଡ଼ିକର ଯୋଗାଯୋଗ ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
୬. କର୍ମଶାଳାରେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ଦୃଷ୍ଟିକୋଣରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
୭. ଭୁଲ ସୂଚନାର ମୁକାବିଲା ପାଇଁ ବିଭିନ୍ନ ବୈଷୟିକ ଉପକରଣ, ପ୍ରଣାଳୀ ଓ କୌଶଳ ଉପରେ ଏକ ବିଶେଷଜ୍ଞ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।
୮. ଏହା ହେଉଛି ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀଙ୍କ ପାଇଁ ଚଳିତ ବର୍ଷର ତୃତୀୟ କର୍ମଶାଳା । ପୂର୍ବରୁ ନୂଆଦିଲ୍ଲୀରେ ୯ ଏପ୍ରିଲ୍, ୨୦୨୫ ଏବଂ ୫ ଜୁନ୍, ୨୦୨୫ ରେ IIIDEM ଠାରେ CEO କାର୍ଯ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀଙ୍କ ପାଇଁ ଏହିପରି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking