“ଦୁନିଆରେ ସେହି ଲୋକମାନେ ସବୁବେଳେ ସଫଳ ହୋଇଥାନ୍ତି, ଯାହାର ନିଜ ଉପରେ ଭରଷା ଥାଏ !!”
“ତଳେ ବସି ଠାକୁର ପୂଜା କଲେ ଦୁଃଖ ମିଳେ |ପଥର ଉପରେ ବସି ପୂଜାକଲେ ରୋଗ ବୃଦ୍ଧି ହୋଇଥାଏ | କାଠର ପିଢା ଉପରେ ବସି ପୂଜା କଲେ ଦୁର୍ଭାଗ୍ୟ ମାଢ଼ିଥାଏ | କୁଶ କିମ୍ବା କପଡା ଆସନ ଉପରେ ବସି ପୂଜା କରିବା ଉଚିତ୍ !!”
“ଜ୍ଞାନକୌଶଳରେ ଅଗ୍ରଗତି କରିହୁଏ ସତ;ହେଲେ ଏହା ସାହାଯ୍ୟରେ ଅନ୍ୟକୁ ନିୟନ୍ତ୍ରଣ କରିବା ଅସମ୍ଭବ !!”
“ବିପଦ କାଳରେ ବୃଦ୍ଧର ଉପଦେଶ ଗ୍ରହଣ କରିବା ଏବଂ ବିଚାର କାଳରେ ବୃଦ୍ଧର ମତ ଗ୍ରହଣ କରିବ – ଭୋଜନ ବିଷୟରେ ବୃଦ୍ଧଙ୍କ ଉପଦେଶ ଗ୍ରହଣ କରିବ ନାହିଁ।କାରଣ ସ୍ୱୟ ପରିପାକ ଓ କାମ ଶକ୍ତିର ଅଳ୍ପତା ହେତୁ ବୃଦ୍ଧ ସମସ୍ତଙ୍କୁ ଭୋଜନ ଓ ରମଣ ରୁ ନିବୃତ ହେବାକୁ ଉପଦେଶ ଦେଉଥାନ୍ତି !!”
“ସବୁବେଳେ ମନେ ରଖିବା ଉଚିତ ଯେ ବିଶ୍ୱାସରେ ଅନ୍ୟକୁ ଜିଣିହେବ,କିନ୍ତୁ ସନ୍ଦେହରେ କୌଣସି କାମର ଆରମ୍ଭ କରିହୁଏ ନାହିଁ !!”
ମୃତ୍ୟୁ ହେଉଛି ଆତ୍ମାର ଭୌତିକ ଶରୀରରୁ ବିଦାୟ,ଅନ୍ୟ ଏକ ଅସ୍ତିତ୍ୱର ଅବସ୍ଥାକୁ ଯାତ୍ରା।ଏହା କୌଣସି ଶେଷ ନୁହେଁ,ବରଂ ପୂର୍ଣ୍ଣ ଜୀବନ ଦିଗରେ ଏକ ଦ୍ୱାର।ମୃତ୍ୟୁ ଜୀବନର ଏକ ପ୍ରାକୃତିକ ଅଂଶ,ଓ ବିକାଶ ପାଇଁ ଆବଶ୍ୟକ।ଏହା ନିଦ୍ରାର ଭଳି,ଏବଂ ଜନ୍ମ ହେଉଛି ଜାଗୃତି ଭଳି।ମୃତ୍ୟୁରୁ ଭୟ ପାଇବେ ନାହିଁ,ଏହା ନୂତନ ଅଭିଜ୍ଞତା ପ୍ରତି ଏକ ଦ୍ୱାର। ଜୀବନ ଚାଲିଥାଏ ଏବଂ ଆତ୍ମାଅମର।.
* ଦାନ କରିଲାପରେ ଯଦି କେହି ତାହାକୁ ଗର୍ବ କରି ଚାରିଆଡ଼େ କହିବାକୁ ଲାଗନ୍ତି,ତେବେ ସେଇ ଦାନର ମୂଲ୍ୟ ତାଙ୍କର ନଷ୍ଟ ହୋଇଯାଏ।ଭୋଜନ ଦେଇ,ଯଦି କେହି ତାହାକୁ ହିସାବ କରନ୍ତି,ସେଥିରେ ସେ ପାପର ଭାଗୀ ହୋଇଯାଆନ୍ତି।ଘର ତୋଳିଲା ପରେ ସମସ୍ତ ଖର୍ଚ୍ଚକୁ ହିସାବ କରି ରଖୁଥିବା ମଣିଷ,କେବେ ସୁଖ କୁ ପାଇପାରେ ନାହିଁ।ଯିଏ ଗଛ ପୋତି,କେବଳ ଫଳର ଆଶାରେ ରହିଥାଆନ୍ତି,ତାକୁ ଜୀବନରେ ଦୁଃଖରେ କାନ୍ଦିବାକୁ ପଡ଼ିବ।
ଛୋଟିଆ ତୁଳସୀ ଗଛଟିଏ ମନ୍ଦିରରେ ରହୁ ବା ମଶାଣିରେ ତାର ପବିତ୍ରତା ପାଇଁ ପୂଜା ପାଏ….
ଠିକ୍ ସେହି ଭଳି ମଣିଷ ଦୁନିଆରେ ରହୁ ବା ନରହୁ ତାର ସୁନ୍ଦର୍ ଚେହେରା ପାଇଁ ନୁହେଁ ତାର ସତ୍ ଚରିତ୍ର ପାଇଁ ସବୁବେଳେ ସମସ୍ତଙ୍କ ହୃଦୟରେ ରହିଥାଏ….
ଅଦ୍ୟ ସେପ୍ଟେମ୍ବର ମାସ ୧୦ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ତୃତୀୟା ଦିବା ଘ୦୩/୪୦ ଗତେ ଚତୁର୍ଥୀ
ନକ୍ଷତ୍ର- ରେବତୀ ଦିବା ଘ୦୪/୪୨ ଗତେ ଅଶ୍ଵିନୀ
ଚନ୍ଦ୍ର- ମୀନ ଦିବା ଘ୦୪/୪୨ ଗତେ ମେଷ
ଯୋଗ- ବୃଦ୍ଧି
କରଣ – ବିଷ୍ଟି
ସୌରମାସ- ସିଂହ ୨୫ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୨୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୪୩
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୩/୪୦ ଗତେ ନୈଋତେ
ଧନୁ ଓ ମେଷ ରାଶି ର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ
✧═════•❁❀❁•═══
କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୨ ମଧ୍ୟେ
ବାରବେଳା- ଦିବା ଘ୧୧/୪୨ ଗତେ ଘ୦୧/୧୪ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୩ ମଧ୍ୟେ ଓ ଦିବା ଘ ୦୧/୧୫ ଗତେ ଘ୦୧/୪୭ ମଧ୍ୟେ ଓ ରାତ୍ରି ଘ ୦୬/୪୧ ଗତେ ଘ୦୯/୦୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ ୦୪/୨୮ ଗତେ ଘ୦୬/୦୧ ମଧ୍ୟେ ଓ ରାତ୍ରି ଘ ୦୯/୦୩ ଗତେ ଘ୧୦/୪୧ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ପୋଟଳ ଭକ୍ଷଣ ନିଷେଧ
═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
✧═════•❁❀❁•═════
ବୃଷ
ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
✧═════•❁❀❁•═════
ମିଥୁନ
: ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
═════•❁❀❁•═════
କର୍କଟ
ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
✧═════•❁❀❁•═════
ସିଂହ
ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
✧═════•❁❀❁•═════
କନ୍ୟା
: ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
✧═════•❁❀❁•═════
ତୁଳା
: ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
✧═════•❁❀❁•═════
ବିଛା
: ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
✧═════•❁❀❁•═════
ଧନୁ
ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।*
✧═════•❁❀❁•═════
ମକର
ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
✧═════•❁❀❁•═════
କୁମ୍ଭ
ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
✧═════•❁❀❁•═════
ମୀନ
ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।










