26.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶରୋଚକ ଦୃଶ୍ୟ : ବିକ୍ଷୋଭ ବେଳେ ଆକାଶରେ ଉଡିଲା ନୋଟ

ରୋଚକ ଦୃଶ୍ୟ : ବିକ୍ଷୋଭ ବେଳେ ଆକାଶରେ ଉଡିଲା ନୋଟ

କାଠମାଣ୍ଡୁ: ନେପାଳ କାଠମାଣ୍ଡୁରେ ରୋଚକ ଦୃଶ୍ୟ ଦେଖାଯାଇଛି । ହଜାର ହଜାର ନୋଟ ଆକାଶରେ ଉଡୁଛି । ନେତା ମନ୍ତ୍ରୀଙ୍କ ଘର ପାଖରେ ବିକ୍ଷୋଭ ଚାଲିଥିଲା । ଆକାଶରେ ଉଡିଲା  ପୁଳା ପୁଳା ନୋଟ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଓଲିଙ୍କ ଘର ଜାଳି ଦେଇଛନ୍ତି ବିକ୍ଷୋଭକାରୀ । ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦୁଏବାଙ୍କ ଘରେ ଭଙ୍ଗାରୁଜା  କରିଛନ୍ତି । ମନ୍ତ୍ରିପରିଷଦର କିଛି ସଦସ୍ୟଙ୍କ ଘରେ ପଶି ପୋଡାଜଳା  କରିଛନ୍ତି । ନେପାଳରେ ୨୬ଟି ସୋସିଆଲ ମିଡିଆ ବ୍ୟାନ କରିବା ପରେ ଯୁବପିଢି ରାଜରାସ୍ତାରେ ପ୍ରତିବାଦ  କରିଥିଲେ । ପ୍ରତିବାଦରେ  ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା ଅନେକ ଆହତ ମଧ୍ୟ ହୋଇଥିଲେ । ବିକ୍ଷୋଭ ଆହୁରି ବଢିବାରୁ ନୈତିକତା ଦୃଷ୍ଟିରୁ ବହୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଏଥି ସହିତ ଆଜି ନେପାଳ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିଲେ । ପ୍ରତିବାଦ ଏତେ ଉଗ୍ର ରୂପ ନେଇଥିଲା ଯେ ଭାରତ – ପାକିସ୍ତାନ ସୀମାରେ ହାଇ ଆଲର୍ଟ  କରାଯାଇଥିଲା । ସେନାଙ୍କୁ ପରିସ୍ଥିତି ସମ୍ଭାଳିବାକୁ ପଡିଥିଲା । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ  ମଧ୍ୟ ଏବେ ବି ନେପାଳରେ ସ୍ଥିତି ଅଣାୟତ୍ତ ହୋଇ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking